ହେ, ପ୍ରଭୁ..
ମତେ କ୍ଷମା କର..
ମୋ ଶରୀର ଆତ୍ମଗ୍ଲାନି ରେ ବିବ୍ରତ
ତୁମ ପାଖେ କରିଥିବା ଭୁଲ ପାଇଁ ମୁଁ ଦୁଃଖିତ..।
ତୁଚ୍ଛ ମଣିଷ ଜୀବନର ଗୃଢ ରହସ୍ୟ
ବୁଝିବା ପାଇଁ ମତି ନାହିଁ..
ତୁମ ଏ ସଂସାର କୁ ବୁଝି ବି ଅବୁଝା
ସବୁ ଜାଣି ବି ଜାଣିପାରୁ ନାହିଁ..।
ସୃଷ୍ଟିର ଆରମ୍ଭ ରେ ତୁମେ ..
ଶେଷରେ ବି ତୁମେ..
ତୁମ ବିନା ଜୀବନ ଅନ୍ଧକାର ଲାଗେ
ଜୀବନ ଜ୍ୟୋତି ରାହା ଟିକେ ଖୋଜେ..।
ଗୁହାରି କରି ପ୍ରଭୁ କିଏ
କେତେ ନାମେ ଡାକେ..
କେତେ ଉପବାସ ପୂଜା କରି
ନିଜ ଇଛା ମାଗେ..।
ଦେଖି ନାହିଁ ରୂପ ତୁମ
ଦେଖି ନାହିଁ ବେଶ..
ବିଶ୍ୱାସ ରେ ଦୁଖୀ ଡାକେ
ଦୂର ହୁଏ କ୍ଳେଶ...।
ପୂଜି ନାହିଁ କେବେ ପ୍ରଭୁ
ଫୁଲ କି ଚନ୍ଦନେ..
ହେଲେ ବିଶ୍ୱାସ ମୋ ଅଛି ପ୍ରଭୁ
ଏଇ ନିର୍ମଳ ମନେ..।
ପଥଚ୍ୟୁତ ହେଲେ ପ୍ରଭୁ ,
ସାରଥୀ ମୋ ହୁଅ..
ମୋ ଜୀବନ ରଥ କୁ
ଗଡେଇ ନିଅ..।
ଜୀବନର ନା ଯେବେ ଟଳମଳ ହେବ
ମୋ ନାଆ ର ନାଉରି ହୋଇ ,ଚଳାଇ ଯେ ନେବ
ଅଜ୍ଞାନୀ ମୁଁ ,ମୋର ଠାରେ ରୋଷ ନ ରଖିବ
ତୁମରି ସନ୍ତାନ ମୁଁ ଯେ ,ଭୁଲ ନ ଧରିବ..
ଭୁଲ ଯେତେ ସବୁ ମୋର କ୍ଷମା କରି ଦେଵ ,
ସଦାସର୍ବଦା ସଭିଙ୍କ ଠାରେ ଆଶିଷ ରଖିଥିବ..।
ସ୍ୱପ୍ନାବତୀ ବେହେରା
କେନ୍ଦ୍ରାପଡା




0 Comments