ରାମ ରାଇଜରେ ରାବଣ ରାଜା - ଜଗବନ୍ଧୁ ସାହୁ



ଦ୍ବାପର ଗଲାଣି ତ୍ରେତୟା ଘରକୁ
      କଳି ଆସି କଲା କବଜା
ହେଇଟି ବାଇନ     ରାମ ରାଇଜରେ
       ରାବଣ ହୋଇଛି ରଜା I

ସେ'ଯୁଗ ରାବଣ    ଥିଲା ମହାଜ୍ଞାନୀ
        ଏ ଯୁଗ ରାବଣ ମୁର୍ଖ
ଅବଳା ନାରୀକୁ       ହରଣ କରିଯେ
        ଭୋଗୁ ଅଛି ସିଏ ସୁଖ I 

ସେ'ଯୁଗ ରାବଣ     ତାର ମୁକ୍ତି ପାଇଁ
        କରିଲା ସୀତା ହରଣ
ଘୋର ଯୁଦ୍ଧ କରି    ରାମଙ୍କ ବାଣରେ
       ହୋଇଲା ତାର ମରଣ I

ଏ'ଯୁଗ  ରାବଣ    କାମ ଆହୁତିରେ
          ଧର୍ମକୁ କଲାଣି ଗ୍ରାସ
ଜାଗ ହେ ଜନତା   ଜାଗ ଭାତ୍ରୁ ଭଗ୍ନୀ
       ପକାଅ ସଂଗ୍ରାମ ଫାସ I 

ଏ'ଯୁଗ ରାବଣ     ଭଦ୍ରମୁଖା ପିନ୍ଧା
        ଖାଉଛି ନାରୀ ମାଉଁସ
ଜାଗିଲେ ଜନତା       ହଟିବ କ୍ଷମତା
          ପୁରିବ ତାର ଆୟୁଷ I


 ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments