ଯୋଗନିଦ୍ରା ତେଜି ଜାଗ ମାହେଶ୍ବରୀ
ନାଶି ଦିଅ କୋରନାକୁ
ଉଦ୍ଧାର କର ମା କୋରନା କବଳୁ
ତୁମରି ଏ ସଂସାରକୁ ।
ସଂସାର ତୁମର ଶ୍ମାଶନ ସାଜିଛି
କୋରନା କବଳେ ପଡି
କୌଣସି ପ୍ରକାରେ ଯାଉ ନାହିଁ ସିଏ
ଧରା ଧାମକୁ ଯେ ଛାଡି ।
ତୁମେ ନ ରଖିଲେ ତୁମ ସଂସାରକୁ
କ୍ଷଣକରେ ନେବ ଗ୍ରାସି
ଅବତରୀ ଆସ ଉମା ଯୋଗେଶ୍ବରୀ
କୋରନାକୁ ଦିଅ ନାଶି ।
ଜଗବନ୍ଧୁ ସାହୁ
ଗ୍ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579




0 Comments