ଖୋଜୁଛି ତୁମକୁ ମୁଁ - ଅଜୟ କୁମାର ମହାନ୍ତି



କିଏ ମୋତେ ଦେବ ତୁମ ଠିକଣା 
ଖୋଜୁଛି ମୁଁ ଏ ବିଶ୍ୱ ବ୍ରହ୍ମାଣ୍ଡ 
ଆକାଶ ପାତାଳ ଭୂତଳ। 
ହୃଦୟର ଗଳି କନ୍ଦି ଆତ୍ମାର କୋଣେ ଅନୁକୋଣେ।
ମନ ଯାନରେ ଚଢ଼ି ଯୁଆଡ଼େ ଯାଏ ଉଡ଼ି 
ପାଏନା ତୁମରି ଭେଟ ନିରାଶରେ ହୁଏ ଘାରି 
କେତେ ନିରିଦୟ ତୁମେ 
ଭାବୁଛି ମୁଁ ମନେ ମନେ। 
ଭଲପାଏ ବୋଲି ଭଲପାଇ ଭୁଲିଗଲ 
ନିରାଶା ଅନ୍ଧାରେ ମୋତେ ମୋତେ ଯାହା ଛାଡ଼ି ଦେଲ। 
ଏମିତି ମୁଁ ଖୋଜୁଥିବି ଅନ୍ଧାର ଆସିବା ଯାଏ 
ଜଳି ଜଳି ଜୀବନ ଦୀପାଳୀ ଲିଭି ଲିଭି ଯିବା ଯାଏ। 


ଅଜୟ କୁମାର ମହାନ୍ତି
ହରିପୁର ,କବୀର ପୁର, ଯାଜପୁର

Post a Comment

0 Comments