ସ୍ମୃତିର ଚିହ୍ନ - ବାସନ୍ତୀ ଲତା ଜେନା



ସମୟର ସ୍ମୃତି ହୃଦୟେ ସାଇତା
          ନିବୁଜ   କୋଠରୀଟିରେ
ଦୁଃଖ ସୁଖ ଭରା କେତେଯେ କାହାଣୀ
         ସ୍ମୃତିର ଝଲକ ଝରେ   l୧l

ଅତୀତ ବିତିଛି ଅତୀତ ଗର୍ଭରେ
        କିଛି ସ୍ମୃତି ରହି ଯାଏ
ଅଭୁଲା ସ୍ମୃତି ସେ ଭୁଲି ହୁଏ ନାହିଁ
        ପ୍ରାଣ ଦୋହଲାଇ ଦିଏ    l୨l

ମିଠା ସ୍ମୃତି ଦିଏ ମଧୁର ମହକ
        ଓଠେ ମିଠା ହସ ଝରେ
ମନ କୁଞ୍ଜବନେ ପ୍ରଜାପତି ଉଡେ
         ମନ ପକ୍ଷୀ ଆକାଶରେ   l୩l

ଦୁଃଖଦ ଘଟଣା କିଛି ଘଟିଥିଲେ
         ହୃଦୟରୁ ରକ୍ତ ଝରେ
ସେ ଆଘାତ କେବେ ମଉଳି ନ ଯାଏ
          ଦିନ ବିତେ ଯନ୍ତ୍ରଣlରେ l୪l

ଉତ୍ତମ ବାନ୍ଧବ ମିଳିଗଲେ କେବେ
        ପ୍ରେମ ମଲମ ଲଗାଏ
ନିଃସ୍ୱାର୍ଥର ସେବା ଆପଣାର କଥା
ସ୍ମୃତି ଚି଼ହ୍ନ ହୋଇ ଯାଏ     l୫l

ଜୀବନ କାଳରେ ଅନେକ ସ୍ମୃତି ତ
        ଚି଼ହ୍ନ ହୋଇ ରହି ଥାଏ
କେତେ ଆଶା ସ୍ବପ୍ନ ସଫଳ ହୁଅଇ
        କେତେ ଅଧା ରହି ଯାଏ   l୬l


ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ, ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments