ନାହିଁ ଦିନ ମାସ ସମୟ ତାହାର
ବାତ୍ୟା ବିଭୀଷିକା ପାଇଁ
ଗ୍ରୀଷିମ ସରିନି ବରଷା ଆସିନି
ଆସିଲାଣି ପିଟି ହେଇ।
ସିଧା ପ୍ରସାରଣ ଚାଲିଛି ଟିଭିରେ
ୟସର ତାଣ୍ଡବ ଲୀଳା
କୋଉଠି ତାହାର କେତେ ହେବ ଜୋର
କାହାର ବୁଡିବ ଭେଳା
ଯେତେ ବାତ୍ୟା ବନ୍ୟା ଆମର କି କନ୍ୟା
ଆସନ୍ତି ଓଡ଼ିଶା ବୁଲି
କେଜାଣେ କାହାର କେତେ ନେଇ ଯିବ
ଚାଲିଛି ବଜାରେ ଗୁଲି
ବହୁଛି ଭୀଷଣ ପବନ ବରଷା
ହୋଇଛି ସେ ଅଗ୍ନି ମୁଖୀ
ଅବାଧ୍ୟ ହେଲେ ସେ ବାଧକ ସାଜିବ
ପାରିବେନି କେହି ରଖି ।
ନୁହେଁ ଏ ତିତିଲି ନୁହେଁ ଫାଇଲିନି
ନୁହେଁ ଅବା ହୁଡୁ ହୁଡୁ
ଛାନିଆ କରୁଛି ଜନ ମାନସକୁ
ଛାତି ହୁଏ ଧୁଡୁ ଧୁଡୁ
ସରକାର ଆମ ସରଞ୍ଜାମ ଧରି
କହନ୍ତି କରନି ଭୟ
ଥଇଥାନ ଆମେ କରିଛୁ ସବୁଠି
ଜଗନ୍ନାଥ ଦୟାମୟ
ବାତ୍ୟା ବିଭୀଷିକା ଜୀବନ ଜୀବିକା
ଚାଲୁଥାଏ ଆଗପଛ
କେଜାଣି ପାରିବ କୁବେଳ କାହାର
କିଏ ହେବ ମୂଳପୋଛ ।
ସମ୍ମାନ ସହିତ ଯାଉ ୟସ ଫେରି
ରୁହ ସର୍ବେ ଘରେ ବସି
ନେଉପଛେ କିଛି ମନ ଯାଉ ବୁଝି
ଆସିତ ଯାଇଛି ପଶି।
ପ୍ରଶାନ୍ତ କୁମାର ହୋତା



0 Comments