ଆହେ ପ୍ରଭୁ ଜଗନ୍ନାଥ
ଧରୁଛି ପୟର
ତୁମନାମ ଜପୁଅଛି
କରି ଗଳାହାର।
ଯୁଆଡେ ଚାହିଁଲେ ଦିଶେ
ତୋ କଳା ବଦନ
ତୁମନାମ ନ ଧରିଲେ
ସରେନା ମୋ ଦିନ।
ଏତିକି ଜାଣିଛି ତୁମେ
ଜଗତ ଇଶ୍ବର
ବିପଦ ଆପଦ କାଳେ
କରୁଛ ଉଦ୍ଧାର।
ଆହେ ପ୍ରଭୁ ଜଗନ୍ନାଥ
ଧରୁଛି ପୟର।
ସଞ୍ଜ ସକାଳରେ ପଢେ
ଗୀତା ଭାଗବତ
ଲାଗଇ ପାଖେ ରହିଛ
ଆହେ ଜଗନ୍ନାଥ।
ତୁମନାମ ତୁଣ୍ଡେ ଥିଲେ
ଲାଗେନାହିଁ ଡର
ଆଖି ବୁଜିଲେ ଦିଶଇ
ତୁମ ଶ୍ରୀମନ୍ଦିର।
ଆହେ ପ୍ରଭୁ ଜଗନ୍ନାଥ
ଧରୁଛି ପୟର।
ତୁମ ନାମରେ ସମର୍ପି
କରିଲେ ଭୋଜନ
ଭାତଥାଳି ଲାଗେ ମୋତେ
ଅବଢା ସମାନ।
ପାଦତଳେ ରଖିଦେଲି
ସବୁ ଦୁଃଖ ଭାର
ଜଗତ ସମ୍ଭାଳି ନିଅ
କାଳିଆ ଠାକୁର।
ଆହେପ୍ରଭୁ ଜଗନ୍ନାଥ
ଧରୁଛି ପୟର,
ତୁମନାମ ଜପୁଅଛି
କରି ଗଳାହାର।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ



0 Comments