ଖଣ୍ଡ ପ୍ରଳୟ - ରାମଚନ୍ଦ୍ର ମହାନ୍ତି



ପ୍ରତି ଜୀବନରେ ଆସେ ବାରେ ବାରେ
ପ୍ରଳୟ ଟି ବାର ବାର,
ଉତ୍ଥାନ ପତନ ଦେଇ ଗତି କରେ
ଲକ୍ଷ୍ୟ ହୀନ ଜୀବନର।।

ବହି ଥାଏ ନଈ ନିମ୍ନ ମୁଖ ହୋଇ
ସାଗରେ ମିଶିବା ପାଇଁ,
ପାହାଡ ପଥର  ବାଟ ଓଗାଳିଲେ
ଚାଲି ଥାଏ ଠେଲି ଦେଇ।।

କ୍ଷୁଦ୍ର ଚାରା ଗୋଟି ହୁଏ ମହାଦ୍ରୁମ
ଝଡ ବାତ୍ୟା ବିଭୀଷିକା,
ଯାହାବି ଆସିଲେ ସହି ଚାଲି ଥାଏ
ଜୀବନରେ ଏକା ଏକା ।।

ମଣିଷର ସାଥି ସୁଖ ଓ ବିପତ୍ତି
ଛାଡ଼ି ନାହିଁ ପ୍ରତି ପଦେ,
ଆଗକୁ ଚାଲିବା ତାହାର ପ୍ରବୃତ୍ତି
ଜୀବନର ପ୍ରତି ଛନ୍ଦେ।।

ଉତ୍ତପ୍ତ ପବନ ପ୍ରକୃତି କୋଳେଣ
ଯେବେ ହୁଏ ଉତପନ୍ନ,
ମହା ବିନାଶକ ଖଣ୍ଡ ପ୍ରଳୟ ର
ସୃଷ୍ଟି ସାଗର ବକ୍ଷେଣ ।।

ଆସିଥାଏ ମାଡ଼ି ଜଳଭାଗ ଛାଡ଼ି
ସ୍ଥଳ ଭାଗ ଅଭିମୁଖେ,
ବାତ୍ୟା ବିଭୀଷିକା ସୃଷ୍ଟି କରି ଚାଲେ
ବିନାଶ କରିବା ଲକ୍ଷେ ।।

ବର୍ଷାର ବିପ୍ତାତ ପବନ ଉତ୍ପାତ
ସାଧିଥାଏ କେତେ ଦାଉ,
ଆସନ୍ନ ବିପଦୁ କର ଉଦ୍ଧାରଣ
ଜୟ ଜୟ ମହାବାହୁ।।

ରାମଚନ୍ଦ୍ର ମହାନ୍ତି
ବେଲଗୁଣ୍ଠା
ଗଞ୍ଜାମ

Post a Comment

0 Comments