ମିନତି ଘେନ (୧୩୫) - ରଞ୍ଜନ କୁମାର ପଣ୍ଡା



ସକଳ ଶକ୍ତିର       ଆଧାର ହେ ତୁମେ
        ଜଗତର ରକ୍ଷାକର୍ତ୍ତା
ଉଦୟ ଭାସ୍କର        ଅରୁଣୀମା ବର୍ଣ୍ଣ
        ତୁମେ ହିଁ ଭାଗ୍ୟ ବିଧାତା ।

ରାତ୍ରିର କାଳୀମା         ନଷ୍ଟ କର ବୋଲି
           ଦିବାକର ତୁମ ନାମ
ପ୍ରାଣୀଙ୍କର ହିତ          ସାଧନରେ ମନ
          ଭାବ ଏହା ତୁମ କାମ ।

ଅସ୍ତ ସମୟରେ         ପ୍ରାଣୀ ଭୟଭୀତ
         ଉଦୟରେ ଶକ୍ତି ପାଏ
କର୍ମର କଷଣ         କ୍ଳାନ୍ତ ଶରୀରକୁ
         ରାତ୍ରିରେ ଶୁଆଇ ଦିଏ ।

ଆହେ ସୂର୍ଯ୍ୟଦେଵ       ଦେଖ ଏ ଜଗତ
         ଆଜି କିମ୍ପା ଶୂନ୍ ଶାନ
ପ୍ରାଣୀଙ୍କର ଦୁଃଖ        ଦୁରକର ପ୍ରଭୂ
          ମିନତି ମୋହର ଘେନ ।


ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments