ଜୀବନର ଶେଷ କେବେ ହେବ ଜାଣିନି
ତୁ ଥିଲୁ ଏକୋଇରଵଳା ଵିଶିକେଶନ
ମୋ ନିଧନ ଶଙ୍ଖାଳି
ଛାଡି ଚାଲିଗଲୁ ମୋତେ ବାର୍ଦ୍ଧକ୍ୟରେ
ଯେତେବେଳେ ମୁଁ ହିଁ ସବୁ ଯାଉଛି ଭୂଲି
କାହିଁକି ରୋଗରେ ହେଲୁ କଲବଲ
କି ଦୋଷ କଲି କେଉଁ ଜନ୍ମରେ
ନା ତୋର ବାପ ନା ତୁ ଦାୟୀ
ହିସାବ କରୁଛି ଛିଣ୍ଡୁନି ସଂସାର ଗଣିତ
ଟଙ୍କା ସୁନା ରୁ ସୁଖ କେବେ କିଏ ପାଇନି
ଭେଣ୍ଡିଆ ପୁଅର ମୃତ୍ୟୁ କେଉଁ ପାପରୁ ହୁଏ
ଜାଣିଥିଲେ ହୁଏତ କେହି କରନ୍ତାନି
ଇଛା ହେଉଛି ତୋ ଇଛାରେ ଖୁଆନ୍ତି ତୋତେ
ବାର୍ଦ୍ଧକ୍ୟରେ ଛାଡ଼ି ଗଲୁ ଦୁଃଖ ଦେଇ ଏତେ
ଏକମାତ୍ର ସନ୍ତାନ ଥିଲୁ ଵିଶିକେଶନ
କେଉଁ କର୍ତ୍ତବ୍ୟରେ ଅବହେଳା କଲି
ଧୃତରାଷ୍ଟ୍ରଙ୍କ ପରି ପୁତ୍ରମୋହରୁ ଏପରି ହେଲା କି
ନା ଅଧିକ ସ୍ବାଭିମାନୀ ହେବାର ଫଳ
ଖାଲି ଆତ୍ମସମୀକ୍ଷାରେ ସମୟ ସରୁଛି
ନା ୟାଙ୍କର ରାଜନୀତିର ଫଳ ମିଳିଛି
ପୁଅ ବୋହୁ ଆଣି ନିଜେ ଛୁଆ ହୁଅନ୍ତି ଲୋକେ
ପୁଅ ହୁଏ ବୃଦ୍ଧ ପିତାମାତାଙ୍କ ଆଶାବାଡି
ନିଧନଶଙ୍ଖାଳି କାହିଁ ଗଲୁ ଛାଡି
ତୋ ବାପା ମାଆ ଏବେ ଦୁହେଁ ଦୁହିଁଙ୍କ ଶିକୁଳି
କେହି କାହାକୁ ଛାଡି ପାରନ୍ତିନି ଜୀବନ କଳି
ମୋ ପଣତକାନି କ'ଣ ଏତେ ଛୋଟ
ଚାଲିଗଲୁ କେଉଁ ରାଇଜ ତୁ ଗଳାମାଳି
ପାର୍ଥିବ ସୁଖ, ଦୁଃଖର ହୁଏ କାରଣ
ଅଯୋଧ୍ୟା ରାଜାଙ୍କ ମୃତ୍ୟୁ ହୁଏ ପୁତ୍ର ବିନା
ଧୃତରାଷ୍ଟ୍ରଙ୍କ କଷ୍ଟର କାରଣ ପୁତ୍ରଶୋକ
ମଝାଧାରରେ ମୁଁ ଅଛି ବଢ଼ିଛି ଦୁଃଖ
ମନେ ପଡୁଛି ବୃଦ୍ଧକାଳେ ତୁ ମୋର ଏକଇ ନନ୍ଦନ-----
ଲୁହନାହିଁ ଆଖିରେ ଗୁମୁରି ଗୁମୁରି କାନ୍ଦୁଛି ଘନଘନ
ଭୂଲିପାରୁନି, ତଥାପି ରହିଛି ଜୀବନ
ତୋର ପ୍ରତ୍ୟେକଟି କଥା ଝୁରୁଛି ପୁଣ ପୁଣ
ମଣିଷ କାହିଁକି ହୁଏ ଅହଂକାରୀ
ଆଜିର ମଣିଷ ଛୋଟ ସଂସାର କରେ କାହିଁକି
ହୁଏତ ବେଶୀ ସନ୍ତାନ କରୁଥିଲେ ଏଥିପାଇଁ
ବେଶୀ ସୁଖ ଖୋଜି ଦୁଃଖ ଗୁଡ଼ିଏ ସାଉଁଟିଛି
ଏବେ ପୁତ୍ରହରା ଆମେ ଜନକଜନନୀ
କାହାର ସୁଖ ପାଇଁ ପ୍ରଭୁଙ୍କୁ ଡାକିବି
ସବୁ ଇଛାର ସମାପ୍ତି ତୋ ଠାରୁ ହୋଇଛି
ବୃଦ୍ଧାଶ୍ରମରେ ଥିବା ମାତାପିତା ହୁଏତ ଆମଠାରୁ ସୁଖି
ଯିଏ ପୁତ୍ର ସୁଖରେ ହୋଇଥାନ୍ତି ସୁଖି
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର




0 Comments