ତୋର ଗୁମସୁମ ମନ
ଓଦା ଓଦା ଆଖି ,
କାଇଁ କେଜାଣି ଭାରି ଭାରି ଲାଗେ
ଅବୁଝା ମନ କୁ ବୁଝେଇ ହୁଏନି
ବାରମ୍ବାର ନିଦ ଭାଙ୍ଗେ...।
ନିଦ ଭାଙ୍ଗି ଗଲେ ରାତି ଅଧରେ
ମନ କାଇଁ ତତେ ଖୋଜେ
ଅବୁଝା ଏ ମନ ତତେ ଖୋଜି ଖୋଜି
ନିତି ,ସପନରେ ତୋର ଭିଜେ..।
ସପନ ରାଇଜେ ..
ନିଦ ଝୁଲଣ ରେ ଝୁଲାଉ ଥାଏ ମୁଁ
ତୁ ମୋ ମନର ଅଳସୀ କନ୍ୟା
ତୋ ସପନର ରାଜା ମୁଁ..।
ତୋ ପାଇଁ ଆଖିର ପଲକ ପଡୁନି
ରାତି ଅଧେ ଭାଙ୍ଗେ ନିଦ
ତୋ କଥା ଭାବିଲେ ମନରେ ମୋର
ଉଙ୍କି ମାରେ ..କବିତାର ପଦ..।
କେନ୍ଦ୍ରାପଡ଼ା,




0 Comments