ତୁମ ପବିତ୍ର ପ୍ରେମରେ - ଅନୁପମା ସାହୁ




ରୁହ ଆଉ ଟିକେ ରୁହ 
ଏମିତି ଝରି ଯାଅନା 
ଏବେ ବୃନ୍ତଚ୍ୟୁତ ହେବାରେ 
ସମୟ ନୁହେଁ, 
ନିସ୍ତବ୍ଧ ରାତ୍ରିର 
ଘନତାକୁ ଭେଦି 
ମୁଁ ଫେରି ଆସିବି 
ଯେତେବେଳେ ମୁକୁଳା 
ଆକାଶ ଛାତିରେ 
ହସୁଥିବ ଜହ୍ନ ,
ଟୋପା ଟୋପା ତୁମ 
ପ୍ରୀତିର ବର୍ଷାରେ 
ହେବି ସଦ୍ୟସ୍ନାତା, 
କାମନାର ଫୁଲ ଖୋସି 
ସଜାଇବ ଗଭା ମୋର, 
ମୋ ଥରିଲା ରକ୍ତ ଜବା ଓଠରେ 
ଲେଖି ଦେବ ପ୍ରେମର 
ସ୍ୱର୍ଣାଭ ଅଧ୍ୟାୟ, 
ମୁଁ ସାଉଁଣ୍ଟୁଥିବି 
ତୁମ ବିରହର ଜ୍ୱାଳା, 
ଅନ୍ତ କରି ଯୁଗାନ୍ତ ପ୍ରତୀକ୍ଷା 
ହଜିଯିବ ତୁମେ ତୁମ 
ଯୌବନର ଉଦ୍ଦାମତାରେ 
ଆଉ ମୁଁ ତୁମ 
ପବିତ୍ର ପ୍ରେମରେ। 


                 ଅନୁପମା ସାହୁ 
                  କେନ୍ଦୁଝର

Post a Comment

0 Comments