ଜହ୍ନଠୁ ସୁନ୍ଦର ଫୁଲଠୁ କୋମଳ
ମୋ ପ୍ରିୟା ଫୁଲେଇ ଝିଅ
ଋଷିଗଲେ ସିଏ ଚାନ୍ଦ ଲୁଚି ଯାଏ
ଆଖିରୁ ଝରେ ମୋ ଲୁହ
ଜହ୍ନଠୁ ଶୀତଳ ମନ ତା' ଚଞ୍ଚଳ
ରୂପରେ ଲାବଣ୍ୟବତୀ
ଟିକିଏ ଲାଜେଇ ଟିକିଏ ଫୁଲେଇ
ହସରେ ତା ଝରେ ମୋତି
ଲାଜେଇ ଆଖିରେ ଚାହିଁ ଦିଏ ଯେବେ
ପାରେନି ତା ପାଖୁ ଖସି
ଶୁଣୁଥାଏ ତାର ମିଠା ମିଠା କଥା
ତା କୋଳରେ ମୁହିଁ ବସି
ମୁଣ୍ତକୁ ଆଉଁସି ଗେଲ କରେ କେତେ
ପିଆଇକି ପ୍ରେମ ଲସି
ସତ ମୁଁ କହୁଛି ଯେବେଠୁ ଦେଖିଛି
ଯାଇଛି ତା ପ୍ରେମେ ଫସି
*ପ୍ରେମ୍ କବି ଜଗବନ୍ଧୁ ସାହୁ*
*ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ*



0 Comments