ଭଲପାଇ ତୋତେ କାନ୍ଦୁଛି ଲୋ ଆଜି
କି' ଅବା ଥିଲା ମୋ' ଦୋଷ
ବୁଝି ପାରିଲୁନି ପ୍ରେମକୁ ମୋହର
ବିଶ୍ବାସରେ ଦେଲୁ ବିଷ
ଛଳନା ଛୁରୀରେ ଛାତିକି ଚିରିଲୁ
କରି ଦେଲୁ ସର୍ବନାଶ
ସ୍ମୃତି ସବୁ ମୋର ପାଦେ ତୋର ଦଳି
କରି ଦେଲୁ ସବୁ ଶେଷ
ଏତେ ସବୁ ପରେ ତୋତେ କେବେ ପ୍ରିୟା
ଦେଉ ନାହିଁ ମୁହିଁ ଦୋଷ
ଭାବୁଛି ତୋ ପ୍ରେମ ନଥିଲା ମୋ ଭାଗ୍ଯେ
ଥିଲା ଯାହା ଅବଶୋଷ l
ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579




0 Comments