ପ୍ରଥମେ ବନ୍ଦିଲି ଲକ୍ଷ୍ମୀ ନାରାୟଣ
ଦ୍ୱିତୀୟେ ସ୍ୱାମୀ ଦେବଙ୍କୁ
ତୃତୀୟେ ବନ୍ଦିଲି ପିତା ମାତାଙ୍କୁ ମୋ
ଚତୁର୍ଥେ ଶାଶୁ ମାଆ ଙ୍କୁ...1
ବରଷ କେ ଥରେ ଏହି ଅମାବାସ୍ୟା
ମାସ ଅଟଇ ଟି ଜ୍ୟୋଷ୍ଠ
ସବୁ ବ୍ରତ ଠାରୁ ସାବିତ୍ରୀ ବ୍ରତ ଟି
ନାରୀ ପାଇଁ ଅଟେ ଶ୍ରେଷ୍ଠ....2
ପତି ପରାୟଣା ସତୀ ନାରୀ ଯେହୁ
ଭକ୍ତି ରେ କରେ ଏ ବ୍ରତ
ସତ୍ୟ ଯୁଗ କଥା ଏବେବି ଲାଗଇ
ଅଟେ ଯେ୍ନହେ ଧ୍ରୁବ ସତ୍ୟ...3
ଅତି ସୁକୁମାରୀ ସେ ରାଜ ଦୁଲାଳୀ
ସତ୍ୟବାନ ବରିଥିଲେ
ଋଷିଗହଣ ରେ ରାଜ୍ୟ ହରାଇଣ
ବନେ ସେ ଯେ ରହୁଥିଲେ...4
ଚକ୍ଷୁହୀନ ପିତା ମାତା ଙ୍କୁ ସେବିଣ
ବନେ ଭ୍ରମଉଥିଲେ ଯାଇ
ତାହାଙ୍କୁ ବରିଣ ସାବିତ୍ରୀ ସୁନ୍ଦରୀ
ବନରେ ରହିଲେ ଯାଇ...5
ସତ୍ୟବାନ ଙ୍କର ପରାଣ କୁ ଯେବେ
ଯମରାଜ ଗଲେ ନେଇ
ମହାସତୀ ତେବେ ସତୀତ୍ୱ ପରୀକ୍ଷା
କଲେ ଯମ ଆଗେ ଦେଇ...6
ଜନ୍ତୁପତି ସତୀ ପତିଭକ୍ତି ଦେଖି
ବର ଯାଚି କରି ଦେଲେ
ଶାଶୁ ଶ୍ୱଶୁର ଙ୍କ ଚକ୍ଷୁ ପାଇଁ ସତୀ
ଆଶୀର୍ବାଦ ଆଣିଥିଲେ...7
ଦ୍ୱିତୀୟ ବରରେ ଶ୍ୱଶୁର ଙ୍କ ରାଜ୍ୟ
ଫେରାଇ ଆଣିଲେ ସେହି
ତୃତୀୟ ବର ରେ ପିତାଙ୍କ ପାଇଁ ସେ
ଶତ ପୁତ୍ର ଯେ ମାଗଇ....8
ଚତୁର୍ଥ ବରରେ ନିଜ ପାଇଁ ସତୀ
ଶତେ ପୁତ୍ର ମାଗିନେଲେ
ନିଜ ଅଜାଣତେ ଯମରାଜ ତାଙ୍କୁ
ତଥାସ୍ତୁ ବୋଲି କହିଲେ...9
ମୋ ସ୍ୱାମୀଙ୍କୁ ଯେବେ ତୁମେ ନେଇଯିବ
ମାତା ମୁଁ କିପରି ହେବି
ଏହା କହି ଦେଵୀ ଯମ ଙ୍କ ପଛରେ
ପୁଣି ବହୁଦୂର ଗଲେ...10
ଧର୍ମରାଜ ହୋଇ ଅସତୀ କରିବ
ଏହାକି ତୁମର ନ୍ୟାୟ
ଆହେ ଦଣ୍ଡଧର ଦୟାକରି ମୋର
ସ୍ୱାମୀଙ୍କୁ ଫେରାଇ ଦିଅ...11
ଚକିତ ହୋଇଣ ନ୍ୟାୟର ମୂରତି
ସତ୍ୟବାନ ଫେରାଇଲେ
ଅପୂର୍ଵ ସାହସ ସତୀତ୍ୱ ବଳରେ
ପତି ଙ୍କୁ ଫେରି ପାଇଲେ...12
ଭକତି ଅନ୍ତରେ ପବିତ୍ର ଭାବରେ
ସ୍ୱାମୀ ଙ୍କୁ ପୁଜେ ଯେ ନାରୀ
ଲକ୍ଷ୍ମୀ ନାରାୟଣ ସହାୟ ହୁଅନ୍ତି
ସତୀ ହୁଏ ସେ ସୁନ୍ଦରୀ...13
ବାହ୍ୟ ଆଡମ୍ବର ନକରିଣ କେହି
ପତି ସେବା ଆଗେ କର
ଜନ୍ତୁପତି ତେବେ ଦୟାକରୁଥିବେ
କାଚ ହୋଇବ ବଜର.14
ନନ୍ଦିନୀ ରାଉତ



0 Comments