କେବେ କର ଅଭିମାନ
କେବେ ସ୍ବାଭିମାନ
ମାଆ ମୋର ପୃଥିବୀ
ବାପା ମୋ ଅନନ୍ତ ଆକାଶ
ବାପାଙ୍କର କାନ୍ଧେ ବସେ ମୁଁ
ଜାନୀଯାତ୍ରା ଦେଖେ
ମାଆର କୋଳରେ ଶୋଇ
ଅନେକ ସୁଖର ସ୍ବପ୍ନ ଦେଖେ
ଚାଲିବାକୁ ଶିଖାଇଲେ
ହାତ ଧରି ବାପା
ମାଆ ମୋର
ଗାଇବାକୁ ଶିଖାଇଲେ
ଆନନ୍ଦ କବିତା
କେବେ ଘୋଡା ତୁମେ ବାପା
ମାଆ ହାତୀ କେବେ
ବାପା ତୁମ ହାତ ସ୍ପର୍ଶ
ମୋ ଆଙ୍ଗୁଠି ଖୋଜେ
ଚାଲିବାକୁ ତୁମ ସାଙ୍ଗେ ସାଙ୍ଗେ
ମାଆ ତୋର ପାଦରେ
ମୋ ପାଦର ଚିହ୍ନ
ତୋ କାନିରେ ମୋ ଝାଲ ଗନ୍ଧ
ଲାଗେ ତୋତେ ଅମୃତ ସମାନ
ତୁମ ଦୁହେଁ ହଜାଇଲ
ନିଦ, ଭୋକ ଶୋଷ
ଆଖିର ଲୁହ ଲୁଚାଇଲ
ଦେଖିବାକୁ ମୋ ମୁହଁ ର ହସ
ଦୁନିଆଁ ରେ ବାପା ଏକ ବସ୍ତୁ
ଯିଏ ଚାହେଁ
ମୋ ସନ୍ତାନ ମୋ ଠାରୁ ହେଉ
ଉଚ୍ଚ ଓ ମହାନ୍
ପେଟକୁ ନ ଖାଇ
ଦେହକୁ ନ ପିନ୍ଧି
ନିଜ ସୁଖ ଭୁଲିଯାଏ
ମୋ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ
ମୋ ଆନନ୍ଦ ମୋର ଖୁସି
ମୋ ଦେହ ର ପାଇଁ
ମାଆ ସିନା ନଅମାସ
ଗର୍ଭେ ରଖି ଯାତନା ସହିଲେ
ବାପା ମୋର ଚୀରଦିନ
ମୁଣ୍ଡ ରେ ରଖିଲେ
ବାପା ମାଆ ମୋର ଦୁଇ
ମୁଦ୍ରା ଦୁଇ ପାର୍ଶ୍ଵ
ଏକ ଠାରୁ ଅନ୍ୟ ଏକ
ଅଚଳନ୍ତି ମୋ ପାଇଁ
ମୋ ପାଇଁ ଅମୁଲ୍ୟ ବିଶେଷ
ମୋ ମୁଣ୍ଡରେ ରହିଥିଲା
ରହିଅଛି, ରହିବ ଆଶିଷ ।
ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମା ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫




0 Comments