କେମିତି କେମିତି ଲାଗୁଛି ସଜନୀ
କାହ୍ନା ବିନା ଆଜି କୁଞ୍ଜବନ
ଦଗାଦିଆ ଶ୍ୟାମ କେଉଁଠି ରହିଲେ
ଝୁରୁଛି ଯମୁନା ବୃନ୍ଦାବନ।
ଅତି ଯତନରେ ସଜାଇଛି କୁଞ୍ଜ
ଆସିବେ ବୋଲି ଗୋ ଶ୍ୟାମଘନ
କେଉଁଠି କେଜାଣି ରହିଲେ ନାଗର
ଶୁଭୁନାହିଁ କାହିଁ ବଂଶୀସ୍ୱନ।
ଯାଆ ଯାଅ ଦୂତୀ କହିବୁ ବନ୍ଧୁକୁ
ଆସିବାକୁ ଆଜି ତତକ୍ଷଣ
ଆଜି ନ ଆସିଲେ କୁଞ୍ଜକୁ ମୋହର
ଆସିବେନି ଆଉ କେଉଁ ଦିନ।
ଅଭିମାନୀ ଆଉ ହୁଅନି ରାଧିକେ
ଶୁଭିଲାଣି ପରା ବଂଶୀସ୍ୱନ
ନିରାଶ ହୁଅନି ଆସିଲେଣି ବନ୍ଧୁ
ଭାଙ୍ଗି ଦିଅ ତୁମ ଅଭିମାନ।
ଅଜୟ କୁମାର ମହାନ୍ତି,ହରିପୁର,
କବୀର ପୁର ଯାଜପୁର।



0 Comments