କଳ କଳ ନାଦିନୀ...
ପୟୋ ସ୍ରୋତସ୍ବିନୀ..
ପରବତ ନନ୍ଦିନୀ..
ପବିତ୍ର ନିର୍ଝରିଣୀ !!
ମାତ ମଙ୍ଗଳ କାରିଣୀ..
ନୃତ୍ୟ ସମ ତରଙ୍ଗିନୀ
ଗୁଣ ଗାଏ ତଵ ତଟିନୀ
କ୍ରୀଡା ରତ ବିହଙ୍ଗିନୀ!!
ଜଳ ତଵ ଅମୃତ ସମାନ..
ଜଳର ଅନ୍ୟ ନାମ ଜୀବନ..
ଜଗେ ତଵ ମୁଲ ସର୍ବୋତମ
କୃଷି କାର୍ଯ୍ୟରେ ନିୟୋଜନ !!
ନିମ୍ନ ଗାମିନୀ ପବିତ୍ର ସରିତା...
ମେରୁ ର ଅଲିଅଳି ଦୁହିତା...
ଗତି ତଵ ମାତ କହେ କଥା
ଦୁଇ ପାର୍ଶ୍ଵ ଜମି ପାଇ ଉର୍ବରତା
ଶସ୍ୟ ରାଶି ଭରା ଗାଏ ଗାଥା !!
ମାତା କୋପ କଲେ କମ୍ପେ ଧରା..
ଉତ୍ସଳ ଜଳ ରାଶି ଟଳମଳ ସାରା..
ଧନ ଜୀବନ ଅସମ୍ଭାଳ ସର୍ବହରା..
ଘୋର ବିପତ୍ତି, ଦୁଖଦଃ ବେଳା !!
ନିର୍ମଳ ନାୟକ
ଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର,




0 Comments