କଳାର ଜଗତୀ ,ଏ ବିଶାଳ ଭାରତୀ
କୀର୍ତ୍ତି କଳାକୃତି ସମ୍ଭାରରେ ପୂର୍ଣ୍ଣ
ପକ୍ବ ଖଣ୍ଡଗିରି ,ଜଗନ୍ନାଥ ପୁରି
କୀର୍ତ୍ତି ଲାବଣ୍ୟ ରେ ପୂର୍ଣ୍ଣ ତା'ର ନିକେତନ।
ଅର୍ଦ୍ଧ ଭଗ୍ନ ବେଶେ ଉତ୍କଳ ପ୍ରଦେଶ
କଳାର ରଜ୍ଜୁ ରେ ନିଜକୁ ଛନ୍ଦି
କୋଣାର୍କ ଆଗତ,ଭଳିଲେ ମୂର୍ଚ୍ଛିତ
ଅବସ୍ଥା ମଧ୍ୟକୁ ହେବୁ ତୁ ବନ୍ଦୀ।
ଶତ କାରିଗର,ରଚିଲେ କୀର୍ତ୍ତି ର ସଂସାର
ଘେନିଲେ କବଚ ଦୁର୍ବାର
କୀର୍ତ୍ତି ବିଭବର ହେଲେ ଅଧୀଶ୍ଵର
ସାକ୍ଷ୍ୟ ଦିଏ ତାକୁ ଆଜ ଇତିହାସ ନର।
ସମୟ ଚକ୍ରର , ଘୂର୍ଣ୍ଣନ ବିସ୍ତାର
ସଂଚାରିଲା ଏକ ବିଶାଳ ଅନ୍ଧାର
ମେଣ୍ଟିଗଲା ଅଧା, ଦ୍ଵିତୀୟ କୋଣାର୍କର କ୍ଷୁଧା
ମାତ୍ର ଶୁଭିଲାନି ଚନ୍ଦ୍ରଭାଗା କୂଳେ
ଧରମାର ଲମ୍ଫ ଦିଆ ସ୍ୱର।
ହଜିଗଲା କୀର୍ତ୍ତି,ହଜିଗଲା କଳା
ହଜିଗଲା ପୁଣି ଚୂନ ପଥର ର ଶିଳା
ଖୋଜିବାକୁ ନାହିଁ,ଶିଳ୍ପୀ ଶତ ଶତ
ସମୟ ଗର୍ଭରେ ଲୀନ ଆଜ କାରିଗର ଭେଳା।
ଓମ୍ ମିଶ୍ର
ସିକୋ ,ରାଜକନିକା,କେନ୍ଦ୍ରାପଡ଼ା



0 Comments