ମୁଁ ଗନ୍ଧୁଛି - ତପନ କୁମାର ସାହୁ




ହୃଦୟର ନିବୃତ କୋଣରେ

ଲୁହ ଲହୁ ଏକତ୍ରିତ - ଶିଝେ ମାଂସ 

ହଲଚଳ କେତେବା ନିରୋଳା ମୁହୂର୍ତ୍ତ

ଓଠ ପିଏ ଢକ ଢକ  ll


କାହା କଥା କହିବି

ଉପେକ୍ଷିତ ଅପେକ୍ଷା ପରେ

ବଳକା ରକ୍ତ ସବୁ ଜିଭର ଳାଳ ହୋଇ

ଥପ ଥପ ନିଗିଡି ପଡେ  ll


ମୋ ରକ୍ତ ଏବେ ଭରି ଶସ୍ତା

ମୂଳଚାଳ ଚାଲିଛି -

ବଜାର ସିଲ ହେବା ପରେ

ମୋ  ଭିତର ଅଜନ୍ମିତ ମୃତ ଭବିଷ୍ୟତ

ମୃତ୍ୟୁବତ ନିରୀହ ଛେଳିସବୁ!

ତୁମ ଉପେକ୍ଷିତ ଶ୍ମାଶନେ 

ଆପୋଡା ଅଜସ୍ର ଶରୀରେ, "କଂସେଇ ଖାନାର ଶବ୍ଦ

ଏଠି ଜମାଟ ରକ୍ତ,ପଚାଗନ୍ଧ,

କାହାର -କେଉଁଠି

ପଚାରିଛି ନିଜକୁ, ଆଞ୍ଜୁଳାଏ ନିଆଁ ଜାଳି  ll


ପାହାନ୍ତିଆ ସ୍ୱପ୍ନ ସବୁ ଏବେ

ଆକାଶରେ ଘୁରୁଥିବା ପ୍ଲେନ ତଳ ତାରା

ତାରା ମହାଲତର ଜହ୍ନ

ମୋତେ ଦେହର ରକ୍ତ ଜମିଜମି ବାଷ୍ପୀତ ମେଘ

ମେଘ ଆକାଶ ଝରା ରକ୍ତ

ଅଛୁଆଁ ପବନ ସ୍ପର୍ଶ ତେବେ

ଅଦୃଶ୍ୟ ତୁମେ

ତୁମ କଳ୍ପନା -ଟିକିଏ ସମୟ ll


ଆଖିରେ ଲୁହ ,' ଛାତିରେ କୋହ

ଆତ୍ମବତ ଚିର ଶୂନ୍ୟସ୍ଥାନ

ରକ୍ତ, ପଚାଗନ୍ଧ,ଉପେକ୍ଷିତ ହେବା ପରେ

ମୁଁ ମୋର ନିର୍ବାକ ପଣ  ll


*ତପନ କୁମାର ସାହୁ

କଳାହାଣ୍ଡି

*ମୋ-7328001575

Post a Comment

0 Comments