ରୂପ ସମ୍ଭାର - ସନ୍ତୋଷ ପଟ୍ଟନାୟକ


ଦେ
ହରେ ମାରିଛୁ ସୁବାସ ଅତର 
      ଓଠରେ ନାଲିଆ ଧାର ,
ଇନ୍ଦ୍ରଧନୁ ରଙ୍ଗ  ଝୀନ ବସନରେ
         ଢଙ୍କା ଯୌବନ ସମ୍ଭାର। 
  
ଗୌର ତନୁ ମଧ୍ୟେ କ୍ଷୀଣ କଟି ସଜ 
      ତା' ମଧ୍ୟେ ଗଭିର ନାଭି ,
 ଉନ୍ନତ ବକ୍ଷୋଜ ସୌନ୍ଦର୍ଯ୍ୟକୁ ଘେନି
        ପୁରୁଷେ ମାରୁଛି ବାଦି ।

ଇନ୍ଦ୍ର ଭୁବନର ପାରିଜାତ କିବା 
     ଫୁଟି ବଢଉଛି ଶୋଭା ,
କଜ୍ୱଳ ପୁରିତ କୁରଙ୍ଗୀ ନୟନୀ 
     ଚାହାଣୀ ସେ' ମନଲୋଭା  ।

ଚଳନ୍ତି ପ୍ରତିମା ସତେ ରାଜଜେମା
         ରୂପ ସମ୍ଭାରକୁ ମାଖି
ମରତେ ଆସିଛି ଭ୍ରମିବାକୁ ଶୋଭା  
        ଦେଖି ଲାଗିଯାଏ ଆଖି  ।

 ଯଉବନ ତୋର ଘୃତମିଶା ସର
       ମଧୁ ଠାରୁ ମିଠା ଅତି ,
ତୁଷାର୍ତ୍ତ ପ୍ରାୟକେ ସତେ ସେ' ଯୌବନ
       ଚାହୁଁଛି ଟିକିଏ ତୃପ୍ତି ।

   ଅଜସ୍ର ପ୍ରସଂସା ଅଜାଡି ଦିଅନ୍ତି 
       ବାଟରେ ବାଟୋଇ ଦେଖି , 
 ରୂପର କୋଣାର୍କ ଗଢିକେ ଦିଅନ୍ତି
           ସ୍ୱର୍ଗକୁ ନିଶୁଣି ଯୋଖୀ ।

ନାନା ଭାବନାରେ ନାନା ରୂପେ ପରା
        ହେଉ ତୁହି  ବିଦ୍ୟମାନ , 
ଚପଳା ଯେସନେ ଅମ୍ବରକୁ ଚୁମି 
           ଚାଲିଯାଏ ତତ୍ କ୍ଷଣ ।


ସନ୍ତୋଷ ପଟ୍ଟନାୟକ 
ବେଗୁନିଆପଡା ବ୍ଳକ୍ 
ତିରିଡ଼ା, ଗଞ୍ଜାମ 

Post a Comment

0 Comments