ବଉଳ ଲୋ ବଉଳ....
ନନ୍ଦ ରଜା ପୁଅଟା ଚୋର,
ସିଏ ଜାଣେ କା' ଶିକାରେ,
କେତେ ଅଛି ଦହି ସର..
ନନ୍ଦ ରଜା ପୁଅଟା ....।୦।
ଥରେ ମାଗିଲା ଲବଣୀ
ଦୁଇ ଠେକି ଦେଲି ଆଣି
କହିଲା ଆଉ ନାହିଁକି,
ପେଟ ପୂରିନି ମୋହର..
ନନ୍ଦ ରଜା ପୁଅଟା...।୧।
ଦିନେ ପଶି ଥିଲା ଘରେ
ଧରି ବାନ୍ଧି ଦେଲି ରୋଳେ
ଯାଇ ଦେଖେ ନନ୍ଦ ଘରେ,
ବସିଛି ଯଶୋଦା କୋଳ...
ନନ୍ଦ ରଜା ପୁଅଟା....।୨।
କେ କହେ ଲବଣୀ ଚୋର
କିଏ କହେ ମନ ଚୋର
ଯାହା କହୁ ମୋର ମୋର,
ସେ ସବୁ ପରା ତାହାର...
ନନ୍ଦ ରଜା ପୁଅଟା...।୩।
ରଜା ଘରେ କି ଅଭାବ
ଭାବଗ୍ରାହୀ ଭୁଞ୍ଜେ ଭାବ
ସେ ଭାବ -ଯମୁନା -କୂଳେ,
ରାଧା ତୋଳିଛି ନଅର...
ନନ୍ଦ ରଜା ପୁଅଟା ଚୋର,
ବଉଳ ଲୋ ବଉଳ...।୪।
ଗୌରହରି ସାହୁ(ଶିକ୍ଷକ)
ଏକଡାଳ,କାନପୁର,କଟକ




0 Comments