ତାଉକତ - କବି ରାମ ଚନ୍ଦ୍ର ମହାନ୍ତି




ଆସେ ତାଉକତ୍ ଗୋଟାଇ ତାକତ
ପଶ୍ଚିମ ଦିଗରୁ ମାଡ଼ି,
କେରଳ ରାଇଜ ବର୍ଷା ରେ ଭିଜୁଛି
ଗୁଜୁରାଟ ଚିନ୍ତା ବଢ଼ି।।

ଭୂତାଣୁ ର ଚିନ୍ତା କରୁଛି ହିନସ୍ଥା
ପୁଣି ସାମୁଦ୍ରିକ ଝଡ଼,
ଭାରତ ଦେଶକୁ ଅକ୍ତିଆର କରି
ଥରାଇ ଦେଉଛି ହାଡ଼।।

ନିରାପଦ ସ୍ଥାନ କରନ୍ତୁ ଗମନ
ପାଣିପାଗ ସଂସ୍ଥା କହି,
ବିପଦ ସମୟେ ଭାଙ୍ଗି ପଡିବାନି
ଉଦ୍ଧାର ଜଗତ ସାଇଁ ।।

ଜୁଆର ଉଠିବ ବରଷା ଛେଚିବ
ବହିବ ପବନ ଜୋର,
ବେଳ ଥାଉ ଥାଉ ସତର୍କ ରୁହନ୍ତୁ
ଆହେ ଉପକୂଳ ନର।।

ଏନ୍ ଡି ସର୍ ଏଫ୍ ଦଳ ଆଉ ସେନା ବଳ
ହୋଇଛନ୍ତି  ନିୟୋଜିତ,
ହୋଇ ସଚେତନ ନିରାପତ୍ତା ଘେନ
କଟି ଯାଉ ଏ ବିପଦ।।

ଝିଟିପିଟି ନାମ ଦେଲା ମିଆଁମାର
ବାତ୍ୟାର ଗମନ ଦେଖି
କ୍ଷୟ କ୍ଷତି ନୋହୁ ଭାରତ ଦେଶର
ଜଗନ୍ନାଥ ଦିଅ ରଖି ।।

କବି ରାମ ଚନ୍ଦ୍ର ମହାନ୍ତି
ଗଂଜାମ 

Post a Comment

0 Comments