ଭିତରୁ କବାଟ କିଳିଦେଇ ଟିଭି ଦେଖୁଥାଏ ଝିଅ ସସ୍ମିତା । ଘରେ କେହି ନଥାନ୍ତି ବାପା ବୋଉ ଗାଆଁ କ୍ରସରକୁ କାମ କରିବାକୁ ଯାଇଥାନ୍ତି । ବାହାରେ କାହାର ପାଦଶବ୍ଦ ଶୁଣି ଚମକିପଡିଲା ସେ । ବାପା ବୋଉ ଘରେ ନାହାନ୍ତି ବୋଲି ଜାଣିଲେ କାଳେ କିଏ ସାହସରେ ଘରେ ପସିଯିବ ସେଥିପାଇଁ ସେ ଭୟଭୀତ । ତା' ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା । ଘରେ ଥିବା ସବୁ ପୁରୁଣା ଚପଲ ହଳ ହଳ କରି ସଜେଇକି ପାହାଚ ତଳେ ଥୋଇଦେଉଥିଲା ଏମିତି ସବୁଦିନ ନିୟମିତ ଚାଲିଲା । ଦାଣ୍ଡ ପାହାଚ ତଳେ ଏତେଗୁଡିଏ ଚପଲ ଦେଖି ସମସ୍ତେ ଭାବନ୍ତି ଘର ଭିତରେ ବହୁତ ଲୋକ, ବୋଧେ କୁଣିଆ ଆସିଛନ୍ତି । ବାପା ବୋଉ ଘର ପସିବା ଯାଏଁ ଚପଲ ସେମିତି ଥୋଇଦିଏ । ସସ୍ମିତା ପଡିଶା ଘର ଗାଁ ରତିକାନ୍ତ କୁ ପ୍ରେମ କରୁଥାଏ । ସସ୍ମିତା ସହିତ ଏକା ଏକା ଦେଖା କରିବାକୁ ରତିକାନ୍ତ ଆସେ କିନ୍ତୁ ଦୁଆର ମୁହଁରେ ଏତେ ଚପଲ ଦେଖି ଭୟରେ ଫେରିଯାଏ । ଯଦି ବି ବାପା ବୋଉଙ୍କ ଅନୁପସ୍ଥିତିରେ ଟିକେ ମନକଥା ଖୋଲି କହିବାକ ଡାକେ କିନ୍ତୁ ଦୁଆରୁ ଚପଲ ବାହାର କରିବାକୁ ଭୁଲିଯାଏ ।
ବାରମ୍ବାର ସସ୍ମିତା ସହିତ ଦେଖା ନକରିପାରି ସସ୍ମିତାକୁ କିଛି ନକହି ନିରବ ରହୁଥିଲା ରତିକାନ୍ତ । ସ୍ଵାଭିମାନୀ ରତିକାନ୍ତ ଯାଇକି ଦୁଆର ମୁହଁରୁ ଫେରି ଆସୁଛି ବୋଲି ତାକୁ ଜଣାଉନଥିଲା । ଏପଟେ ସସ୍ମିତାଦୁଃଖିତ ଯେ ଏତେ ଫୋନ୍ କରି ଡାକିଲେ ରତି ଆସିଲେନି । ଯେଉଁ ଚପଲ ତାକୁ ସୁରକ୍ଷା ଦେଇ ଆସୁଥିଲା ସେହି ଚପଲ ଯେ ଏତେବଡ ବାଧକ ସାଜିଛି ଏକଥା ବୁଝିପାରୁନଥିଲା ସସ୍ମିତା । ହଠାତ୍ ଖବର ଆସିଲା ଚେକ୍
ଗେଟ୍ ରେ ଗାଡି ପିଟିହୋଇ ରତିକାନ୍ତ ଙ୍କର ଦୁର୍ଘଟଣା ଘଟିଛି । ଖବର ପାଇ ସାଙ୍ଗକୁ ଧରି ଗୋଟିଏ ଅଟୋରେ ଯାଇ ପଞ୍ଚିଗଲେ ଦୁର୍ଘଟଣା ସ୍ଥାନରେ ।
ପାଖକୁ ଦଉଡିଯାଇ ସସ୍ମିତା କୋଳକୁ ଟାଣିଆଣିଲେ ପ୍ରେମିକ ରତିକାନ୍ତଙ୍କୁ । ସ୍ଵାସରୁଦ୍ଧ କଣ୍ଠ ରେ ରତିକାନ୍ତ କହିଲେ " ତୁମକୁ ଗୋଟିଏ କଥା ଲୁଚେଇଥିଲି, ମୁଁ ପାଞ୍ଚଥର ତୁମ ପାଖକୁ ଯାଇଛି କିନ୍ତୁ ତୁମ ଘରେ ସବୁବେଳେ ଏତେ ଲୋକ ଦେଖି ଫେରିଆସିଲି । " ସସ୍ମିତା କୋହଭରା କଣ୍ଠରେ ପଚାରିଲା "ରତି ତମେ କଣ ଏତେଗୁଡାଏ ଚପଲ ଦେଖି ଫେରି ଆସୁଥିଲ, ଜାଣିଛ ସେ ସବୁ ପୁରୁଣା ଚପଲ କେବଳ ମୋ ବାପାଙ୍କର.।
ସସ୍ମିତା ପାଟିରୁ ଏତିକି ଶୁଣିବା ଆଗରୁ ରତିକାନ୍ତଙ୍କ ମୁଣ୍ଡ ବାମ ପଟକୁ ଝୁଲି ପଡିଥିଲା ।" ସବୁ ଶେଷ । ଗୋଟିଏ ଅଙ୍କର ପରିସମାପ୍ତି ଘଟିଲା ଲୁହ ଆଉ ଅବଶୋଷ ଭିତରେ ।
ଅନୁତାପ କରିଲା, ସସ୍ମିତା ଏଇ, ଚପଲ ମୋର ସର୍ବନାଶ କରିଦେଲା । ଏଇ ଚପଲ କେତୋଟି ମୂଲ୍ୟବାନ ମୂହୁର୍ତ୍ତ ମୋଠାରୁ ଛଡେଇ ନେଲା । ଅବଶୋଷ ରହିଗଲା ରତିକାନ୍ତଙ୍କ ଆତ୍ମାରେ । ସେହିଦିନ ଠାରୁ ସେ ଦୁଆରେ ଆଉ ଚପଲ ଥୋଇଲାନି ।
ସେଥିରୁ କେତେପଟ ଚପଲ ଏବେ ବି ବାରିପଟେ ପଡିଛି ।
ସେଇ ଚପଲ ଦେଖିଲେ ସବୁ କଥା ମନେ ପଡିଯାଏ ।
ପ୍ରସନ୍ନ ମଣ୍ଡଳ
କୋଟପଲ୍ଲା, ଖୋର୍ଦ୍ଧା




0 Comments