ଗାନ୍ଧି ତୁମେ ଫେରିଆସ - ଜଗବନ୍ଧୁ ସାହୁ



ନାହିଁ ଆଜି ବାପୁ  ସେ ରାମ ରାଇଜ
         ଅହିଂସା ପରମଧର୍ମ
ଅର୍ଥ ବଳେ ଆଜି   ମଣିଷ ଗୁଡାକ
           କରୁଛନ୍ତି କୁକର୍ମ ।

ଭାଙ୍ଗି ରୁଜି ଆଜି    ହୋଇଛି ପାଉଁଷ
         ରାମ ରାଇଜର ସ୍ବପ୍ନ
କୁଟନୀତିରେ ଯେ ମୋହଗ୍ରସ୍ତ ହୋଇ
         ପଡିଅଛି ସିଂହାସନ ।

ଅହିଂସାର ବାଡି   ନାହିଁ ଗାନ୍ଧି ତୁମ
       ହିଂସା ବଢେ ଚାରିଆଡେ
କୁଟନୀତିର ସେ ଚକ୍ରବ୍ଯୁହରେ ଯେ
         ନୀରିହ ପ୍ରଜାଟି ସଢେ ।

ଗାଦି ଲୋଭେ ଆଜି ହିଂସା କାଣ୍ଡ କରି
        ରାତାରାତି ମୁଣ୍ତ ଗଡ଼େ
ନ୍ଯାୟ ପାଇଁ ପ୍ରଜା  ହନ୍ତସନ୍ତ ଏଠି
         ଅଧର୍ମ ମାର୍ଗଟି ବଢେ ।

ଆସ ଗାନ୍ଧି ତୁମେ  ପୁଣି ଯେ ଲେଉଟି
         ଅହିଂସାର ବାଡି ଧରି
ନିଜ ହାତେ ନିଅ  ରାମ ରାଇଜର
        ତୁମେ ଯେ ଶାସନ ଡୋରି ।

ପ୍ରେମ୍ କବି ଜଗବନ୍ଧୁ ସାହୁ
 ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Post a Comment

0 Comments