ସମ୍ପର୍କ......
ଆବୃତ୍ତ କୋଠରୀର
ନିବୃତ୍ତ ମନ ତଳେ
ଅହରହ ଝୁରୁଥିବା
ଆବଦ୍ଧ ପରୀ ଟିଏ.....
ଲିଭାଏ...
କେତେ ମାନ ଅଭିମାନ
ଅବା ବିଛେଦରେ
କୁହୁଳୁ ଥିବା କୋହ ଟିଏ....
ସମ୍ପର୍କ........
ରେଶମି ସୂତାରେ ବନ୍ଧା
କିଛି ସ୍ନେହ କିଛି ମମତା
ଅବା ମନ ତଳେ ସାଇତା
ଅଭୁଲା ସ୍ମୃତି ଟିଏ......
ଝୁରୁଥାଏ......
ନିହାତି ଏକାନ୍ତରେ
ମନରେ ହୃଦୟରେ
ଆଉ ଆବୃତ୍ତ ସ୍ବପ୍ନରେ,
ଯେମିତି ଚିହ୍ନା ସ୍ପର୍ଶ ଟିଏ....
ସମ୍ପର୍କ........
ତାଳ ଗଛରେ ଝୁଲୁଥିବା
ବିଶ୍ୱାସ ଭରଷାର
ବାଇଚଢ଼େଇର
ଅଦମ୍ୟ ଶ୍ରମର
ସୂକ୍ଷ୍ମ ବସା ଟିଏ.....
ରହିଥାଏ.....
ଜୀବନ ଯୁଦ୍ଧରେ
ଅନବର୍ତ୍ତ ଜୁଝୁଥିବା
ସାହସୀ ଯୋଦ୍ଧା
ଅବା ବାରମ୍ବାର ଜିବାର
ଅସୁମାରୀ ଧର୍ଯ୍ୟ ଟିଏ.....
ହରେରାମ ଦାସ
ବାଲେଶ୍ବର




0 Comments