ମଣିଷ ଗୋଟେ କୁ ଗଛ ଗୋଟେ
ଆସ ଲଗେଇବା ନିଜ ବାରିପଟେ।
ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ
ଗଛ ଲଗାଇବା ମନ ଲଗାଇ ।।
ଆସରେ ଆସ ଭାଇ ଭଉଣୀ
ଗଛରେ ଅଛି କେତେ କାହାଣୀ।
ଗଛ ଦେବ ଛାଇ ଆମରି ପାଇଁ
ଗଛ ଲଗାଇବା ମନ ଲଗାଇ।।
ହଳଦିବସନ୍ତି ଆଦି ତାହାରି ଡାଳେ
ବିହଙ୍ଗ ରାବନ୍ତି ସଞ୍ଜ ସକାଳେ।
ଦିଏ ଫଳ ଫୁଲ ଆମରି ପାଇଁ
ଗଛ ଲଗାଇବା ମନ ଲଗାଇ।।
ଆସ ଭାଇ ଆଜି ସପଥ ନେବା
ମଣିଷ ଗୋଟେକୁ ଗଛ ଗୋଟେ ଲଗାଇ ଦେବା।
ବୃନ୍ଦାବନ ପ୍ରଧାନ
ବାଉଲସିଂହା, ଭଟଲି, ବରଗଡ଼




0 Comments