କଁ କଁ କରି କର୍'କରାଲା ମଇଁ
ମୁଡି କଲାନ ଲାଲ୍ ଜର୍ଜର୍
ପନ୍ଦରଟା ଦିନେ ପନ୍ଦର ଟା ଅଣ୍ଡା
ପାରି ଦେଲାନ ହି ହର୍'ବର୍ ।।
ଆର୍ ପନ୍ଦର ଦିନ୍ ଉସ୍ମେଇ ବସଲା
ଭୁକେ ସୋଷେ କୁକ୍'ରା ମଇଁ
ଅଣ୍ଡା ନୁଁ ଫୁଟାଲା ଠକି ଠକି
ଗୁର୍ଦେକ୍ ଟେ ଚିଆଁ ଚୁଇଁ ।।
ସେ ଚିଆଁ ମାନକେ ସଙ୍ଗେ ଧରି ଧରି
ଖୁଜିଗଲା ଦାନା ଚରା ,
ନିଜେ ଖଉଛେ ଚିଆଁ କେ ବି ଦଉଛେ
ଗାଗର୍ କେ କରିଛେ ଭୁର୍ରା ।।
ଦିନେ ଯାଇଥିଲେ ମାଁ ଛୁଆ ସଭେ
ମାଜନ୍ ଘର୍ ବାରିକେ ,
ଚିଆଁ ଟେ ଦେଖଲା ଲାଲ୍ ଗନ୍ଜା ଟେ
ଦରବଡି କରି ଧଉଁଛେ ।।
ଚିଆଁ ପଚରାଲା ମାଁ ଗୋ ମାଁ
ଗନ୍ଜା କେଁଜେ ନରଦୁଛେ ,
ମାଁ ବଲୁଛେ ସୁନ୍ ପୁତା ଚିଆଁ
ମାଜନ୍ ଢେଲ୍ ଲବଡ଼ଉଛେ ।।
ଚିଆଁ ବଲୁଛେ କୁକରା ମଇଁ କେ
ମାଜନ୍ କେଁ କାଜେ ଲବଡଉଛେ ,
ମଇଁ ବଲୁଛେ ତୁଇ ବି ଜାନବୁନା ପୁତା
ମାଜନର୍ ସମଦି ଏଜ୍ ଆସିଛେ ।।
ଆମର୍ ଜୀବନ ପୁତା ମୁନୁଷ ଜାତିର୍ ଲାଗି
ମୁନୁଷର ପେଟେ ବାନ୍ଧମୁ ଘର୍,
ଆଏଜ୍ ଗନ୍ଜାର ପାଲି ପଡିଛେ ପୁତା
କାଲକେ ପଡବା ପାଲି ଆମର୍ ।।
ଉମେଶ କୁମାର ସୁନା
ଧର୍ମଗଡ଼,କଳାହାଣ୍ଡି




0 Comments