ଜୟ ଜଗନ୍ନାଥ ଅନାଥର ନାଥ
ଜୟ ଜଗତ ଠାକୁର
ଜଗତ ଜନଙ୍କୁ ଉଦ୍ଧାର କରହେ
ଜଣାଏ ତବ ପୟର।
ଝରାଉଛି ନିର ଆଖିରୁ ମୋହର
ଝାଉଁଳାଇ ମୋର କୋହ
ଝୁରିଝୁରି ମରେ କେତେ ଭକ୍ତ ତୋରେ
ଝରାଇ ଆଖିରୁ ଲୁହ।
ଟାଳି ମୋ ଇରତ ଆହେ ଜଗନ୍ନାଥ
ଟାଣିଧର ଭାଗ୍ଯ ଡୋର
ଟଳିଯାଉ ଦୁଃଖ ଆହେ କଳାମୁଖ
ଟାହିଆ ହଲାଇ ତୋର।
ଠାବ ପାଉନାହିଁ ଠକାଇ ଦେଉଛ
ଠିଆକରି ବଡ ଦାଣ୍ଡେ
ଠିକଣା ମୋହର ଠିକେଇ ଦିଅହେ
ଠୋକର ନଦେଇ ମୁଣ୍ଡେ।
ଡାକିଡାକି ମୋର କଣ୍ଠ ଶୁଖିଲାଣି
ଡରଲାଗେ ମୋର ମନେ
ଡହଳ ବିକଳ କରି ତିଳତିଳ
ଡୁବାଇବ କେତେ ଦିନେ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ




0 Comments