ପଢୁଆଁଷ୍ଟମୀ - ବାସନ୍ତୀ ଲତା ଜେନା

       


  ଆଜି ପଢୁଆଁଷ୍ଟମୀ  l ଗାଁ, ସାହି, ପଡାରୁ ହଳଦୀ ପତ୍ରରେ ଏଣ୍ଡୁରି  ପିଠାର ମହକ ଭାସି ଆସୁଛି  l ଓଡ଼ିଶାର ପରମ୍ପରିକ ପର୍ବ ପ୍ରାର୍ଥମାଷ୍ଟମୀ  l ପ୍ରଥମ ସନ୍ତାନ ପୁଅ ହେଉ ବା ଝିଅ ହେଉ ସେ ପଡ଼ୁଆ ହେବେ  l ପିଲାଙ୍କ ଖୁସି କହିଲେ ନ ସରେ  l କାରଣ ବାପା ମା' ପଡ଼ୁଆ କରିବା ସହିତ ମାମୁଁ ଆଜି ନୂଆ ବସ୍ତ୍ର ମିଠା ପିଠା ନେଇ ଆସନ୍ତି ଭଣଜା ଭାଣିଜୀଙ୍କୁ ପଡ଼ୁଆ କରିବାକୁ  l କିନ୍ତୁ କୁନି ଋଷି ବସିଛି  l କାନ୍ଦି କାନ୍ଦି ତାର ଆଖି ଦୁଇଟା ଫୁଲି ଗଲାଣି  l ତା' ପାଇଁ ପ୍ରଥମାଷ୍ଟମୀରେ ନୂଆ ଡ୍ରେସ ହୋଇ ନାହିଁ  l ମା' କମଳା ତାକୁ ଯେତେ ବୁଝାଇଲେ ବୁଝୁ ନାହିଁ  l ଅତୀତ ଦିନର କଥାକୁ ମନେ ପକାଇ କାନ୍ଦୁଛି  l ସେ ତାର ବାପାଙ୍କୁ ଝୁରୁଛି l

                 ନଦୀ ପାଖରେ କମଳା ଓ ରାଜୀବର ଘର  l ଦୁଇ ବର୍ଷ ପୂର୍ବେ ପ୍ରବଳ ବର୍ଷା ହୋଇଥିଲା  l ନଦୀ ବନ୍ଧ ଭାଙ୍ଗି ବନ୍ୟା ପାଣି ଗାଁ ଭିତରକୁ ଅର୍ଦ୍ଧ ରାତ୍ରିରେ ମାଡି ଆସିଲା  l ସେହି ବନ୍ୟା ଜଳରେ ଗାଁର ବହୁ ଲୋକ ପାଣି ସୁଅରେ ଭାସି ଯାଇଥିଲେ  l କେତେକ ଉଦ୍ଧାର ପାଇଲେ ତ କେତେକ ସଲୀଳ ସମାଧି ନେଲେ  l ସେହି କାଳ ରାତ୍ରି ଥିଲା କାମଳlଙ୍କ ଜୀବନରେ ଅସରନ୍ତି ଅମାବାସ୍ୟାର ରାତ୍ରି  l ସେହି ଜଳ ସ୍ରୋତରେ ଭାସି ଯାଇଥିଲେ, କାମଳର ସ୍ୱାମୀ ରାଜୀବ ଓ ପୁଅ ଶ୍ରୀକାନ୍ତ  l କୌଣସି ମତେ ରକ୍ଷା ପାଇଯାଇ ଥିଲେ କମଳା ଓ ଆଠ ବର୍ଷର ଝିଅ କୁନି  l ରାଜୀବ ଓ କମଳା ଦୁହେଁ କାମ କରି ଘର ଚଳାଉ ଥିଲେ  l ଦୁଃଖେ ସୁଖେ ହସ ଖୁସିରେ ତାଙ୍କର ଦିନ କାଟି ଯାଉ ଥିଲା  l କିଏ ଜାଣି ଥିଲା କାମଳର ସୁନା ସଂସାର ହଠାତ ଚୁନା ହୋଇ ଯିବ  ?  ବନ୍ୟା ପାଣି ଛାଡି ଯିବା ପରେ କମଳା ତାର ସ୍ୱାମୀକୁ ବହୁତ ଖୋଜା ଖୋଜି କଲା  l ପାଇଲା ନାହିଁ  l ପୁତ୍ର ସ୍ୱାମୀ ଦୁଇ ଜଣଙ୍କୁ ସେ ହରାଇ ବସି ଥିଲା  l ଦୁଇ ଦିନ ପରେ ନଦୀ ପାଖ ଗଛ ଡାଳରେ ଲାଗିଥିଲା ସ୍ୱାମୀଙ୍କର ମୃତ ଦେହ  l ପୁତ୍ର ଶ୍ରୀକାନ୍ତର ପତ୍ତା ନ ଥିଲା  l କମଳା ହୋଇଗଲା ଭାଗ୍ୟ ହିନା  l ତା' ଶଙ୍ଖା ସିନ୍ଦୂର ତା' ଠାରୁ ବହୁ ଦୂରକୁ ଚାଲିଗଲା   l ତାକୁ ଚାରି ଆଡ଼ 

ଅନ୍ଧାର ରହିଲା  l ଝାଟି ମାଟିର ଘର ତା' ର ନଦୀ ଜଳରେ ଧରା ଶ୍ରlୟୀ ହୋଇଥିଲା  l  ସ୍କୁଲ ଘରେ ତିନି ଦିନ ରହିବା ପରେ ନିଜ ଘରକୁ ଫେରିଲା  l ନିଜ ଜାଗାରେ ମିଳି ଥିବା ଜରି ପଲିଥିନ ପକାଇ କିଛି ଦିନ ରହିଲା କୁନିକୁ ନେଇ  l ତା' ପରେ ମାଟି ଘରକୁ ନିଜେ ସଜାଡ଼ିଲା  l ଛୋଟ ଝିଅଟିକୁ ସାଙ୍ଗରେ ଧରି  l ଚାରି ଘରେ କାମ କରୁଛି ଜୀବନ ବଞ୍ଚାଇବାକୁ  l  ଝିଅ ପଢୁଛି ଗାଁ ସରକାରୀ ସ୍କୁଲର ତୃତୀୟ ଶ୍ରେଣୀରେ  l  ଦିନକୁ ଦୁଇ ଓଳି ପେଟ ପୂରା ଖାଇବାକୁ ମିଳେନା  l ଗାଁ ୱାର୍ଡ ମେମ୍ବର  / ସରପଞ୍ଚ ଙ୍କୁ Rs ୨୦୦/--

ଦେଇ ପାରିଲାନି ବୋଲି  ତାର ରେସନ କାର୍ଡ ( ବି. ପି. ଏଲ ) ହୋଇ ପାରିଲା ନାହିଁ  l ତାକୁ ସରକାରୀ ସାହାଯ୍ୟରୁ ବଞ୍ଚିତ ହେବାକୁ ପଡୁଛି  l

          ଆଜି ପରା ଦିନରେ ସମସ୍ତଙ୍କ ଘର ହସ ଖୁସିରେ ଭରି ଯାଇଛି  l ଆଉ କାମଳର ଘର ଶ୍ରାବଣର ଝଡି ବର୍ଷା ଲାଗି ରହିଛି  l  ମା ଝିଅଙ୍କର ଆଖିରୁ ଲୁହ ଶୁଖୁ ନାହିଁ  l ମା କମଳା କୁନିକୁ ଠିକ ଭାବରେ ବୁଝାଇ ବି ପାରୁନି  l କୁନିର ପୁରୁଣା ଡ୍ରେସକୁ କମଳା ସଫା କରି ରଖିଛି  l ନୂଆ ଚାଉଳ, ନୂଆ ବିରିରେ ପିଠା କରିଛି l କିନ୍ତୁ କୁନି ଖାଉନି  l କାନ୍ଦୁଛି ନୂଆ ଡ୍ରେସ ପାଇଁ  l କୁନି କହୁଛି ମା' ତୁତ ମୋ ପାଇଁ ଡ୍ରେସ ଆଣି ଦେଲୁନି  l ମାମୁଁ ବି ଆସିଲେ ନାହିଁ  l ମୁଁ କଣ ଏ ବର୍ଷ ନୂଆ ଡ୍ରେସ ପିନ୍ଧିବିନି  ? ମା କମଳା ଉତ୍ତର ଦେଇ ପାରୁନି  l କୋହରେ ତାର ମନ ଅଶାନ୍ତ ହୋଇ ଉଠୁଛି  l

          କୁନିର ମାଇଁ କ୍ୟାନ୍ସରରେ ପୀଡିତ  l ମାମୁଁଙ୍କର ବି ଦେହ ଭଲ ରହୁନି  l ଶ୍ୱାସ ବେମାରଟା ଭାରି କଷ୍ଟ ଦେଉଛି, ଟିକେ ଥଣ୍ଡା ହୋଇ ଗଲେ  l ଅସୁସ୍ଥତା ଯୋଗୁ ସେ ବି କମଳା ଘରକୁ ଆସି ପାରୁ ନାହାନ୍ତି  l ବହୁ କଷ୍ଟରେ ଝିଅକୁ ବୁଝାଇ ଗାଧୋଇ ଦେଲା  l ପାଦରେ ଅଳତା ପିନ୍ଧାଇ ଦେଲା  l କପାଳରେ ଚନ୍ଦନ ଟିପା ଲଗାଇ ଦେଲା  l ପିଢାରେ ବସାଇ ଧୂପ ଦୀପ ଜାଳି, ହଳଦୀ ଚାଉଳ ମସ୍ତକରେ ପକାଇ ଦେଲା  l କହିଲା, ଯା ! ଠାକୁରଙ୍କୁ ପ୍ରଣାମ କରି ଆସିଲେ ପିଠା ଖାଇବୁ  l ଆର ବର୍ଷକୁ ମୁଁ ତୋ ପାଇଁ ନିଶ୍ଚୟ ନୂଆ ଡ୍ରେସ କରିଦେବି  l ମୋ ସୁନାଟା ପରା, ଏଥର ଏଇ ଡ୍ରେସରେ ଚଳେଇ ଦେ  l କୁନି ମାର କଥା ମାନି ଠାକୁରଙ୍କୁ ପ୍ରଣାମ କରିବାକୁ ଗଲା  l କହିଲା ! ଠାକୁରେ, ତୁମେତ ଭଗବାନ  l ମା କହୁ ଥିଲା  ତୁମେ ସବୁ କଥା ଶୁଣି ପାର   l ସମସ୍ତଙ୍କ ଦୁଃଖ ଦୂର କର  l ମୋ କଥା କାହିଁକି ଶୁଣି ପାରୁନ  ?  ମୋ ବାପା, ସାନ ଭାଇଙ୍କୁ କାହିଁକି ତୁମ ପାଖକୁ ନେଇଗଲ  l ମୋ ବାପା ଥିଲେ ମୋ ପାଇଁ ନିଶ୍ଚୟ ନୂଆ ଡ୍ରେସ ଆଣି ଦେଇଥାନ୍ତେ  l ଆମେ ସମସ୍ତେ ଖୁସିରେ ରହି ଥାନ୍ତୁ  l

          ଏତିକି ବେଳେ ମାମୁଁ ଚରଣଙ୍କର ପାଟି ଶୁଭିଲା  l ମାମୁଁ ଘରେ ପଶୁ ପଶୁ ଡାକ ପକାଇଲେ କୁନି ! କୁନି!  କୁନି ଖୁସି ହୋଇ ଦୌଡ଼ି ଗଲା

ତା' ମାମୁଁଙ୍କ ପାଖକୁ  l ଯାଇ କୁଣ୍ଢାଇ ପକାଇଲା  l ମାମୁଁ ତୁମେ ମୋ ପାଇଁ ନୂଆ ଡ୍ରେସ ଆଣିଛ  ? ମାମୁଁ କହିଲେ  ହଁ, ମୁଁ ତୋ ପାଇଁ ଡ୍ରେସ ଆଣିଛି  l ମିଠା ପିଠା ବି ଆଣିଛି  l  ଆସିବା ଟିକେ ଡେରି ହୋଇ ଗଲା  l ନେଲୁ ! ଏ ଡ୍ରେସଟା ପିନ୍ଧି ପକାଇଲୁ  l ମୁଁ ଦେଖେ ତୋତେ କେମିତି ମାନୁଛି  l କୁନି ମନରେ ଖୁସି କହିଲେ ନ ସରେ  l  ସଂଗେ ସଂଗେ ପିନ୍ଧି ମାମୁଁକୁ  ପ୍ରଣାମ କଲା  l ମାମୁଁ ତାକୁ କୋଳରେ ବସାଇ ଗେହ୍ଲ କରିଦେଲେ  l


ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments