ଜୟ ଶନି ଦେବ ନ୍ୟାୟର ଦେବାତା
ସଂସାରୁ ମୁକତି କର
ଏ ମାୟା ସଂସାର ଅଦିନର ଝଡ଼
ଅସମୟେ ଟିକେ ଧର ।
ଆହେ କୃପାମୟ ଆହେ ଛାୟାକାନ୍ତ
ଶୁଣ ଜଗତର ଦୁଃଖ
ମହାମାରୀ ଭୟ କଲାଣି ଅସ୍ଥିର
କୃପାକରି ଦିଅ ସୁଖ ।
ଦୟାର ସାଗର ଆହେ ନ୍ୟାୟବନ୍ତ
ଅନ୍ୟାୟ ନ ଦେଖ ତୁମେ
ଆଜିଏ ସଂସାର ହେଲାଣି କାତର
ବାଟ ପାଉ ନାଂହୁ ଆମେ ।
କଲ୍ୟାଣ କାରକ ତୁମେ ତ ଧାରକ
ବଳାଅ ନିମିଷେ ମନ
ରୋଗ ଶୋକ ଦୁଃଖ ହେଉ ଦୂରୀଭୂତ
ମିନତି ମୋହର ଘେନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ




0 Comments