ମାଡିଆସେ କଳାମେଘ
ବାଦଲର ଛାଇ
ଉଦ୍ଧାର କରହେ ପ୍ରଭୁ
ଜଗତ ଗୋସାଇଁ।,,,
ଘୋର ଗରଜନ କରି
ଆସେ ମହାକାଳ
ତ୍ରାହି ତ୍ରାହି ଡାକ ଶୁଭେ
ସଭିଏଁ ବିକଳ।
ଭୟେ ପ୍ରକମ୍ପିତ ହୋଇ
ଥରୁଅଛି ମହି
କେଉଁଠାରେ ରହିଅଛ
ଆହେ ଭାବଗ୍ରାହୀ।
ମାଡିଆସେ କଳାମେଘ
ବାଦଲର ଛାଇ।,,,
ଧରାକୁ ରଖିବା ପାଇଁ
ଦଶ ଅବତାର
କାହିଁକି ମଉନ ଅଛ
ହଟିଆ ଠାକୁର।
ରୋଗ ସାଥେ ବନ୍ୟା ବାତ୍ଯା
ଆସୁଅଛି ମାଡି
ଅଦୃଶ୍ୟ ଦାନବ ଛାଡେ
ଭୟଙ୍କର ରଡି।
ଶରଣ ପଶିଲି ପ୍ରଭୁ
ଜଗତ ଗୋସାଇଁ
ଦୁଃଖର ପସରା ତୁମ
ପାଦତଳେ ଥୋଇ।
ମାଡିଆସେ କଳାମେଘ
ବାଦୱର ଛାଇ
ଉଦ୍ଧାର କରହେ ପ୍ରଭୁ
ଜଗତ ଗୋସାଇଁ।
ଶଙ୍ଖମୂଳ, ରଣପୁର
ନୟାଗଡ




0 Comments