ମିନତି ଘେନ (୧୪୧) - ରଞ୍ଜନ କୁମାର ପଣ୍ଡା




ଜୟ ଶନି ଦେବ        ନ୍ୟାୟର ଦେବାତା
        ସଂସାରୁ ମୁକତି କର
ଏ ମାୟା ସଂସାର      ଅଦିନର ଝଡ଼
       ଅସମୟେ ଟିକେ ଧର ।

ଆହେ କୃପାମୟ        ଆହେ ଛାୟାକାନ୍ତ
           ଶୁଣ ଜଗତର ଦୁଃଖ 
ମହାମାରୀ ଭୟ         କଲାଣି ଅସ୍ଥିର
         କୃପାକରି ଦିଅ ସୁଖ ।

ଦୟାର ସାଗର        ଆହେ ନ୍ୟାୟବନ୍ତ
       ଅନ୍ୟାୟ ନ ଦେଖ ତୁମେ
ଆଜିଏ ସଂସାର      ହେଲାଣି କାତର
      ବାଟ ପାଉ ନାଂହୁ ଆମେ ।

କଲ୍ୟାଣ କାରକ        ତୁମେ ତ ଧାରକ
         ବଳାଅ ନିମିଷେ ମନ
ରୋଗ ଶୋକ ଦୁଃଖ      ହେଉ ଦୂରୀଭୂତ 
            ମିନତି ମୋହର ଘେନ ।



ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments