ଟଳିବ ଦୁଃଖ - ରଞ୍ଜନ କୁମାର ପଣ୍ଡା


ଟଳମଳ ହୋଇଲାଣି ସଂସାର ନାଵ
ଟଳି ପଡ଼ିବାକୁ ଆଉ ଅଳପ ଥିବ ।
ସଂସାର ନାବିକ ଭାଇ ଧରିଛି କାତ
ଟଳିଲା ବେଳକୁ ନିଶ୍ଚେ ଦେବେରେ ହାତ ।
ଦେଖୁଛନ୍ତି ମହାପ୍ରଭୁ ଆମ ତାକତ
ଧର୍ମ ରଖିବାକୁ ଯାଇ କରନ୍ତି ହତ ।
ମହାମାରୀ ମହାବାତ୍ୟା ପରୀକ୍ଷା ଆଜି
କରୁଛନ୍ତି ମହାପ୍ରଭୁ ଶିକ୍ଷକ ସାଜି ।
ଜନସଂଖ୍ୟା ବୃଦ୍ଧି ସଙ୍ଗେ ଅଧର୍ମ ବଢେ
ଧରିତ୍ରୀ ମାତା ପ୍ରଭୁଙ୍କୁ ତା'ଦୁଃଖ ବାଢେ ।
ଜ୍ଞାନୀ ଗୁଣି ମାନବର ମାନବିକତା
ଦେଖୁଛନ୍ତି ମହାପ୍ରଭୁ ଭାଗ୍ୟ ବିଧାତା ।
ଯେତେବେଳେ ଜାଣିବେ ସେ ଧର୍ମରେ ସବୁ
ଟଳମଳ ନାବକୁ ସେ କରିବେ କାବୁ ।
ସଂସାରର ନାଵ ଭାଇ ଧରମ ନାଵ
ସେହି ନାଵ ପ୍ରତି ଟିକେ ରଖିଥା ଭାବ ।
ଜଗତ ଈଶ୍ୱର ସେହି ନାଵ ମାଲିଜ
ଟଳିବାକୁ ଦେବେ ନାହିଁ ରଖିବେ ଟେକ ।
ଜଗନ୍ନାଥ ଜଗଦିଶ ପରମବ୍ରହ୍ମ
ଜଗତ ରଖିବେ ନିଶ୍ଚେ ନ ହୋଇ ବାମ ।
ତାଙ୍କ ପଦେ ଭାଇ ସଦା ଲୟ ରଖିଥା
କର୍ମ କରୁଥିବା ସଦା ନୁଆଇଁ ମଥା ।
ମହାମାରୀ ମହାବାତ୍ୟା ଦୁରେଇ ଯିବ
ମହାପ୍ରଭୁ ଦୟା କଲେ ସବୁ ସମ୍ଭବ ।
ଆନନ୍ଦରେ ଡାକ ସର୍ବେ ହୋଇ ଆତୁର
ରକ୍ଷାକର ଜଗନ୍ନାଥ ଜଗଦିଶ୍ୱର ।
ଶଙ୍ଖ ହୁଳହୁଳି ମାଆ ମାଉସୀ ଦିଅ
ସଂସାର ସାଗରେ ସର୍ବେ ଆନନ୍ଦ ପାଅ ।


          ରଞ୍ଜନ କୁମାର ପଣ୍ଡା
               କୋରାପୁଟ

Post a Comment

0 Comments