ମନର ଆବେଗ ସାଉଁଟୁ ସାଉଁଟୁ-----
କିଛି ସମୟ ସୁଅରେ ଭାସିଗଲା
ବହୁ କିଛି ବାକି ରହିଗଲା
ତୁମେ ଆଉ ମୁଁ-----
ଦୁହେଁ ଦୁହିଁଙ୍କୁ ଜାଣିବା ଆଗରୁ
କେତେବେଳେ ସଞ୍ଜ ନଇଁଗଲା
ସେଇ ଗୋଧୂଳି ଲଗ୍ନକୁ-------
ଆଜି ସ୍ମୃତି କରି ଗୋଟୋଉ ଗୋଟୋଉ
ବର୍ତ୍ତମାନ ଅତୀତର ନାମ ନେଲା
ଅସଜଡା ଶବ୍ଦମାନଙ୍କୁ------
ଆଦରରେ ରଖୁଥିଲି ଟିପାଖାତାରେ
ପ୍ରୀତି ଫୁଲ ଝରିଝରି ଗଲା
ଝରା ଶେଫାଳୀର ମହକକୁ---
ଅନ୍ତର ମୋ ସଜାଡୁ ସଜାଡୁ
ଅସରାଏ ବର୍ଷା ମାଟି ଚୁମିଗଲା
ସେସବୁ ଶବ୍ଦ ଗୁମ୍ଫନକୁ-----
ବେଳଯାଏ ଆଜି ଖୋଜୁ ଖୋଜୁ
ପ୍ରୀତିଫୁଲ ମୋ ଅସ୍ପଷ୍ଟ ହେଲା
ବୁଝିବାକୁ ଚାହିଁଥିଲି ତୁମକୁ----
ସେଇ କଳାମେଘୀ ଆକାଶକୁ
ଚାହିଁ ଖୋଜୁ ଖୋଜୁ ଅନ୍ଧାର ମାଡିଆସିଲା
କଳ୍ପନା ରାୟ, ଲଇଡା,ସମ୍ବଲପୁର




0 Comments