ମମତାମୟୀ ମାଁ - ସୁନିଲ ମାଝୀ



ମାଁ ନୁହେଁ ତୁ ସରଗ ପରୀ
‌ଦେଲୁ ମୋତେ ତୋ କୋଳେ ଜନମ
ନିଜେ ଭୋକେ ରହି ଆମକୁ ଖୁଆଇ
ପାଇଛୁ କେତେ କଷଣ
ଲୋ ମାଁ..ପାଇଛୁ କେତେ କଷଣ ।


କୁଳି ,ଭୁତି କରି ପ‌ଇସା ଜୋଗାଡ଼ି
କରିବା ପାଇଁ ଭଲ ମଣିଷ
ଦିନ ,ରାତି  ନିତି ଖଟୁ ଥାଉ ମାଁ
ନ ମାନି ଖରା ବରଷା ,ଶୀତ
ଲୋ ମାଁ..ନ‌ ମାନି ଖରା ବରଷା ଶୀତ ।।


ମାଁ ଗୁଣ କହିଲେ କଥା ସରିବନି
ହେଇ ଯିବ ଗୋଟେ ଗପ
ଏ କଳି ଯୁଗରେ କିଏ ତ କାହାର ନାହିଁ ମାଁ
ତୁ ହିଁ ଜଗତ ଯାକ ..ମାଁ ତୁ ହିଁ ଜଗତ ଯାକ ।


ମାଁ ବୋଲି ସେ ଗୋଟିଏ ଅକ୍ଷର
ଦୁନିଆଁ ରେ କେତେ ମଧୁର
ଛୋଟ ବେଳୁ ମୁହିଁ ମାଁ କହି
ଆଜି ପାଉଛି କେତେ ଯେ ସୁଖ
ଲୋ ମାଁ..ପାଉଛି କେତେ ଯେ ସୁଖ ।।

  ସୁନିଲ ମାଝୀ
‌‌ ତେଜିପଡା,କଲାହାଣ୍ଡି
ଫୋନ୍ ନଂ-୭୩୨୮୦୫୧୯୪୨








 

Post a Comment

0 Comments