ସଂସାରେ ସଂସାରି ମୁହିଁ ଚାଲୁଛି ବାଟ
ବୁଝେନାହିଁ କିଏ ବାଟ କିଏ ଅବାଟ ।
ବାଟ ଘାଟ ସବୁ ଦିଶେ ଫୁଲର ଶେଜ
ଚାଲିଗଲେ କିଛି ବାଟ ଛାଡେ ମଉଜ ।
ସ୍ୱାର୍ଥ ଏଠି କଣ୍ଟା ହୋଇ ଭୁଲାଏ ବାଟ
ବାଟେ ଥିବା ମଣିଷକୁ ଦେଖାଏ ନାଟ ।
ସ୍ନେହ ଶ୍ରଦ୍ଧା ପଥ ଏଠି କଳଙ୍କମୟ
ସ୍ୱାର୍ଥ ଏଠି ହୋଇଥାଏ ଗୌରବମୟ ।
ନିରାଶ୍ରୟ ଡାକୁଅଛି ମିନତି ଘେନ
ଜଗତକୁ ରକ୍ଷାକର ହେ ଭଗବାନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
0 Comments