ଶେଷ ଯାତ୍ରା- ଦୀନବନ୍ଧୁ ବେଜ


 ଶେଷ ଯାତ୍ରାର ଅନ୍ତରୀକ୍ଷ ଯାତ୍ରୀଟିଏ
ମୃତ୍ୟୁକୁ କରୁନାହାଁନ୍ତି ତିଳେହେଁ ଖାତିର୍ ,
ଦିଗବଳୟ ଆରପାଖରେ ଥିବା ପରିସ୍ଥିତି
ଶୋଇପଡିଛନ୍ତି କୁମ୍ଭକର୍ଣ୍ଣର ନିଦପରି,
ଖୁନ୍ଦାଖୁନ୍ଦି ବିବେକମାନେ ନିର୍ବାକ  ।

ମତାନ୍ଧରେ ଜର୍ଜରିତ ଶଦ୍ଦମାନେ
କୁଢ଼କୁଢ଼ ହୋଇ ବିଛାଡ଼ିହୋଇ ପଡ଼ୁଛନ୍ତି
ଅନନ୍ତକାଳରୁ ନିଦ୍ରିତ ଟାଙ୍ଗରା ଭୂଇଁରେ ,
ଶ୍ୱାନଶୃଗାଳଙ୍କ କୋଳାହଳ ଶବ୍ଦମାନଙ୍କ
ଆଁ ଭିତରେ ଦୃଶ୍ୟମାନ ହେଉଛି ଦୁନିଆ, 
ଆତ୍ମ ବିସର୍ଜନ କରୁଛି ତିମିର ଗର୍ଭରେ
ଛାତିରେ ଛୁରିଚଲା କଥାମାନେ ।

ପ୍ରତିଉତ୍ତର ଦେବାପାଇଁ ଉତ୍ସୁକତାରେ 
ପଥରରେ ଚାପିହୋଇ ଲୁଚି ହୋଇଥିବା
ଆତ୍ମ କଥାମାନେ ଉତୁରି ଉଠୁଛନ୍ତି,
ଉଵଟୁବ ହେଉଛନ୍ତି ପେଟେ ଅହମିକା
ଅଜ୍ଞାନରେ ଧିକାର କରୁଛନ୍ତି ସମୟକୁ ।

ସମୟର ମହାପ୍ରାୟଣ ବୋଧିଦ୍ରୁମ ତଳେ
ତିଳତିଳ ହୋଇ ଜଳୁଛି ଦିଗବଳୟ 
ଶୂନଶାନ ଅନ୍ତରୀକ୍ଷ ପାଦଚଲା ରାସ୍ତା
କମ ପଡ଼ିଯାଇଛି ଶଗଡ଼ ଗୁଳାରେ ।

ହାକିମ ଧାବଳ ଉପାର୍ଜିତ ମେହେନତି    
ଆଣିଦେଇଛି ଦୀର୍ଘଯାତ୍ରାର ଅନୁଭୂତି
ସଂଗ୍ରାମ ଶେଷରେ କ୍ରିଡନକ ସାଜି
ଶେଷଯାତ୍ରା ପାଇଁ ସିଂହ କରୁଛି ସ୍ତୁତି ।


                    ସ୍ଥାୟୀ ଠିକଣା:-
                   ବାସୁଦେବପୁର, ଭଦ୍ରକ
                 ସେଲ:-୭୬୮୩୯୨୦୨୨୧

Post a Comment

0 Comments