କାଠିଆରେ କାଠିଆ...
ଚୋର ଖଣ୍ଟ ଖାଇଲେଣି ଜମି ଉଠୁ ବାଠିଆ,
କେବେ ଆଉ ଡାକିବୁରେ କଉସ୍ତୁଭ କଣ୍ଠିଆ।୦।
ଗଣ୍ଠିଲିରେ ବାନ୍ଧୁ କିମ୍ପା ତୋ ଗହଣା ଗାଣ୍ଠି
ଶେଷ ଠିକଣା ଯେଉଁଠି ସେଠି ସବୁ ମାଟି
ନାମ ନେଲେ ନାମ ନେବୁ ,
ହେବୁ ନାହିଁ ମଠୁଆ।୧।
ସବୁ ଆଣ୍ଟ ଭାଙ୍ଗି ଯିବ ହେବୁ ଯେବେ ଘାଣ୍ଟି
ବାର କଥା କହୁଥିବେ ପାଖେ ବସି ଜ୍ଞାତି
ଡାକୁଥିବୁ କାଳିଆକୁ,
ଆଣିବାକୁ କାଠୁଆ।୨।
ପାଣି ଝରି ଝରି ଖାଲି ହେବ ଦିନେ ମାଠିଆ
କରପତ୍ର ଯୋଡି ତାର ଆଗରେ ହୁଅ ଠିଆ
ଜୀବ ଯିବା ଯାଏ ତାର
ହୋଇଯାଅ ବେଠିଆ।୩।
ଏକଡାଳ,କାନପୁର,କଟକ



0 Comments