ମୋର ଅଟୋଯାତ୍ରା-ବାଦଲ ନନ୍ଦ





ଆସିଲି ମୁଁ ଭୁବନେଶ୍ୱର
ପହଞ୍ଚିଲା ଗାଡି ଭୋର୍ ଭୋର୍
ହେଲେ,ବର୍ଷା ହେଉଥିଲା ଜୋର୍ ସୋର୍ l 

ସବୁଆଡେ ଦେଖିବାକୁ ଅନ୍ଧାର,
ହେଲେ, ବାଜିଥିଲା ଛଅ ଟା ସକାଳ l

ପାଖରେ ଥିଲା ମେଞ୍ଚାଏ ଜିନିଷ,
ମୁଣ୍ଡରେ ଥିଲା ଗୋଟେ ବଡ ଚିନ୍ତା,
ଭାବୁଥିଲି, ଏତେ ବର୍ଷାରେ କେମିତି ଯିବି,
କିଏ ଜଣେ କାଳେ ମିଳି ଯାଆନ୍ତା l

ଯେତେବେଳେ ବସ ରୁ ପାଦ ତଳକୁ ପକେଇଲି,
କେହିଜଣେ ମୁଣ୍ଡ ଉପରେ ଛତା ଦେଖେଇଲା,
ଭାବିଲି ଭଗବାନ ମଙ୍ଗଳ କଲା l

ସ୍ୱାଗତ ଅଭ୍ୟର୍ଥନା ସହ ସେ
ପଚାରନ୍ତେ ଯିବ ତମେ କୁଆଡେ,
ମୁଁ ତାକୁ ପାଲଟା ପ୍ରଶ୍ନ କଲି ଭାଇ ତମେ କିଏ??

ମୃଦୁ ହସ ହସି ସେ କହିଲା.....
ନା ମୋର ଅଟୋଵାଲା ଟି...
ଏଇ ବସଷ୍ଟାଣ୍ଡ ରେ ଆମର ଖଟି,
ନା ମୋର ଅଟୋଵାଲା ଟି...

ପୁଣି ସେ କହିଲା,
ଗାଡି ମୋର ଖାଲି ଅଛି,
କୁଆଡେ ଯିବ କୁହ,
ମତେ ସବୁ ଏଡ୍ରେସ୍ ଜଣା ଅଛି l

ହାତରେ ମାସକ ର ସଉଦା
ଭିଜିଗଲେ ହେବି ମାସେ ଉପାସ,
ଏହି ସମୟରେ ପୁଣି ସେ କହିଲା,
ଭାଇ ଶୀଘ୍ର ବସ l

ବସି ପଡିଲି ଅଟୋରେ,
ହୃତପିଣ୍ଡ ଧରି ହାତରେ,
ଅଟୋ ଚାଲିଲା ଅଶି ରେ,

ଏହି ସମୟରେ ହଠାତ୍ ବୋଲନ୍ତେ ସେ ମିଷ୍ଟ ଭାଷା,
ଆଜ୍ଞା ଟିକେ ଦୟା କରନ୍ତୁ,
ମୋତେ ରାସ୍ତା ଜଣାପଡୁନି,
ମୋବାଇଲ ମେପ୍ ଟିକେ ଅନ୍ କରନ୍ତୁ l

ଦେହରେ ତା ଖାକି କୋଟ୍,
ମୁହଁରେ ମଦର ବାସ୍ନା,
ସାମ୍ନାରେ ଗାଡି ଆସିବା ଦେଖି କହିଲି
ଭାଇ ଭଲକି ଚଲା ଟିକେ ଆଗକୁ ଅନା l

ସାମ୍ନାରୁ ଆସୁଥିଲା ଗୋଟେ ଗାଡି,
ବାଡେଇ ହୋଇ ଆମ ଅଟୋରେ-
ଛିଟିକି ପଡିଲା ପାଞ୍ଚ ହାତ ଛାଡି l

ଅଟୋଵାଲା ଡ୍ରାଇଭର
ଗାଡି ଅଟକାଇ ଦେଖିଲେ,
ପଡିଥିବା ଗାଡ଼ିବାଲା ର କିଛି ନ ହୋଇ ଥିବା ଦେଖି,
ତାକୁ ଦୋ-କ୍ଷରି ରେ ଶୋଧିଲେ l

କହିଲେ ସବୁ ତୋର ଭୁଲ୍,
ନଦେଖି କାଇଁ ଆସୁଥିଲୁ ମାଡି,
ନୂଆ ଆସିଛୁ ବୋଧେ ଜାଣିନୁ,
ଟ୍ୱିନ୍ ସିଟି ରେ ପରା ରୋଡ଼୍ କିଙ୍ଗ୍ ଆମ ଅଟୋ ଗାଡି l

ପଡ଼ିଥିବା ଲୋକଟା ଉଠି ପୁଣି ତା ଯୁକ୍ତି ବାଢିଲା,
ବର୍ଷା ରେ ଭିଜି ଦୁହେଁ ପୁଣି ହେଲେ ହୋ-ହାଲ୍ଲା l

ଏତିକି ବେଳେ ରାଗିକି କହିଲା ଅଟୋ ଵାଲା,
ଷ୍ଟେସନଠୁ ମନ୍ଦିର ସବୁଠି ଆମରି ଡେରା,
ବେଶୀ ପାଟି କଲୁଣି ଶୀଘ୍ର ପଳାବେ ଶଳା l

ଯିବୁ କୁଆଡେ ତତେ ଦେଖି ନେବି ଟି....
ନା ମୋର ଅଟୋଵାଲା ଟି.....

ରାଗ ଦୁହିଁଙ୍କ ଶାନ୍ତ କରି ବୁଝା ଶୁଝା କଲି ଦି ଜଣଙ୍କୁ,
ତାପରେ ପୁଣି ଆମେ ବାହାରିଲୁ ମୋ ଘରକୁ l

ଘରେ ଯେତେବେଳେ ମୁଁ ପହଞ୍ଚିଲି,
ମନେପଡ଼ିଲା, ଭଡା ପଇସା କେତେ ନେବ ମୁଁ ପଚାରିନଥିଲି l
ଏକଥା ହେଲା ମୋତେ କାଳ,
ଏତିକି ଭାବୁ ଭାବୁ ସେ କହିଲା,
ଭାଇ ମୁଁ ଶୀଘ୍ର ଯିବି ୫୦୦ ଟଙ୍କାଟେ ଦେଇ ଓହ୍ଲେଇପଡ l

ଭୁଲ ମୋର ପୂର୍ବରୁ ଥିଲା ତେଣୁ କ'ଣ କରିବି ଭାବିଲି,
୫ କିଲୋମିଟର କୁ ୫୦୦ ଦେଇ ଏଥର ଘରକୁ ଆସିଲି l

Post a Comment

0 Comments