ପିତାମ୍ବର ପୁର ନାମକ ଏକ ଗ୍ରାମରେ ନନ୍ଦନ ବୋଲି ଗୋଟିଏ ଚୋର ବାସ କରୁଥିଲା | ତା' ପାଖରେ ଗୋଟିଏ ସାହାଯ୍ୟକାରୀ ଚୋର ମଧ୍ୟ ଥିଲା | ନନ୍ଦନ ସବୁବେଳେ ଛୋଟ ଛୋଟ ଚୋରି କରି ମଧ୍ୟ ଧରା ପଡିଯାଉଥିଲା |ତେଣୁ ସେ ଏକ ନୂତନ ଶୈଳୀ ମାଧ୍ୟମରେ ଚୋରି କରିବା ପାଇଁ ନିଷ୍ପତି ନେଲା | ଭାବୁ ଭାବୁ ସେ ରାସ୍ତାକଡରେ ଗୋଟିଏ ATM ଯନ୍ତ୍ର ଦେଖି ଚନ୍ଦନକୁ କହିଲା - 'ଆରେ ଚନ୍ଦନ! ଆମେ ଗୋଟିଏ ନକଲି ସ୍ବର୍ଣ୍ଣ ATM ଯନ୍ତ୍ର ତିଆରି କରି, ଲୋକମାନଙ୍କୁ ନକଲି ସ୍ବର୍ଣ୍ଣ ମୁଦ୍ରା ବିକ୍ରି କରି ବହୁତ ଟଙ୍କା ଆଦାୟ କଲେ ଯଥାଶୀଘ୍ର ପ୍ରଚୁର ଲାଭ ଏବଂ ଅଳ୍ପଦିନରେ ଧନୀ ହୋଇଯିବା |"
ଏକଦା ନନ୍ଦନ ଏବଂ ଚନ୍ଦନ ଦୁହେଁ ଦୁହେଁ ମିଶି, ତାଙ୍କ ସାଙ୍ଗ ରାଜୁ ନାମକ ଏକ ମେକାନିକ ପାଖକୁ ଯାଇ କହିଲେ - "ଆରେ ରାଜୁ!! ଟିକେ ଶୁଣିଲୁ ,ଆମକୁ ଗୋଟିଏ ନକଲି ସ୍ବର୍ଣ୍ଣ ATM ଯନ୍ତ୍ର ସହ ପ୍ରଚୁର ପରିମାଣର ନକଲି ସ୍ବର୍ଣ୍ଣମୁଦ୍ରା ଆବଶ୍ୟକ, କହିଲୁ କେତେ ଖର୍ଚ୍ଚ ହେବ?" ପ୍ରତ୍ୟୁତ୍ତରରେ ରାଜୁ -" ଆରେ ସାଙ୍ଗ! ମୁଁ ଛୋଟ ଗ୍ୟାରେଜରେ କାମ କରି କରି ଦିନ ସରିଯାଉଛି, କିନ୍ତୁ କୌଣସି ଲାଭ ନାହିଁ, ତୁମେ ଯଦି ମୋତେ ମୋତେ ତୁମ ଗ୍ୟାଙ୍ଗରେ ମିଶେଇଦିଅ, ତେବେ ମୁଁ ରାତାରାତିରେ ଧନୀ ହୋଇଯିବି |" ପରଦିନ ସକାଳୁ ସେମାନେ, ସେହି ନକଲି ସ୍ବର୍ଣ୍ଣ ATM ଯନ୍ତ୍ରକୁ ଧରି ଗାଁ ଗାଁ କରି ବୁଲିଲେ ଏବଂ କମ ଧାରା ଲୋକମାନଙ୍କୁ ମହକାଇ ଦେଇ ବହୁତ ଟଙ୍କା ଆଦାୟ କଲେ | କିନ୍ତୁ ତାହାକୁ ଆଉ ବନ୍ଦ ନ କରି ଲୋଭରେ ଚାଲୁ କରୁଥିଲେ |
ଦିନେ ସେହି ଗ୍ରାମର ବାସିନ୍ଦା ବିକ୍ରମ ସେହି ନକଲି ସ୍ବର୍ଣ୍ଣ ମୁଦ୍ରାକୁ ଧରି ଏକ ସୁନାରି ନିକଟକୁ ଗଲା | ସେ କହିଲା - "ସୁନାରି ମହାଶୟ!! ଏହି ସ୍ବର୍ଣ୍ଣ ମୁଦ୍ରାକୁ ବ୍ୟବହାର କରି ଏକ ହାର ତିଆରି କରନ୍ତୁ |" ଏହି କଥା ଶୁଣିବା ପରେ ସୁନାରି ସେହି ମୁଦ୍ରାଟିକୁ ନିରେଖି କରି ଦେଖିଲେ ଏବଂ ତାହାର ଅସଲ ରୂପ ଜାଣି, କଟାକ୍ୟ କରି କହିଲେ - " ଓ ପଣ୍ଡିତେ! ଆପଣ କେଉଁ ମହାପଣ୍ଡିତଙ୍କ ଠାରୁ ଏହି ମୁଦ୍ରା କିଣିଛନ୍ତି, ଏଥିରେ କେବଳ ହାର କଣ, ମୁଦ୍ରା, କାନ ଫୁଲ ସବୁ ତିଆର ହୋଇଯିବ ଆଉ......|" ଏହା ଶୁଣିବା ପରେ ବିକ୍ରମ ସେହି ନକଲି ମୁଦ୍ରାର ପ୍ରକୃତି ଜାଣିପାରି ସଙ୍ଗେ ସଙ୍ଗେ ପୋଲିସଙ୍କୁ ଫୋନ କଲା | ପୋଲିସ ଆସି ସେହି ତିନୋଟି ଚୋରଙ୍କୁ ଆଜୀବନ କାରାଗାର ଦଣ୍ଡ ଦେଲେ |
ଚିନାପାନା ଲୋକନାଥ ରେଡ଼ି
ଫିରୋଜ ପେଣ୍ଠ, କତୁରୁ
ଗୋଳନ୍ଥରା, ଗିରିସୋଲା
ବ୍ରହ୍ମପୁର, ଗଞ୍ଜାମ, ଓଡିଶା
761009
7606858260




0 Comments