ପଣ ହରାଇଲେ ପ୍ରାଣ ନାଶହେବ - ସୀମାଞ୍ଚଳ ପଣ୍ଡା



ପଣ  ହରାଇଲେ ପ୍ରାଣ ନାଶ ହେବ
ରଣ  କି ଜିଣିବ ଆଉ,
ଜୀବନର  ମାନ  ହୋଇଯିବ ଶୂନ୍ୟ
ମରିବ ଜୀବନ ଥାଉଁ।

ବଚନର   ମୂଲ   ହୋଇବକି   ତୁଲ
ସଂସାରର ବାକି ଚିଜ,
ବଚନ   କରମ   ହେଲେ  ଅସମାନ
କିଲାଭ ଟିକିଏ ହେଜ,
ବଚନ   ଓଜନ   ହେଲେ  ଅବସାନ
ନରହେ ଜୀବନ ଭାଉ,
ପଣ  ହରାଇଲେ  ପ୍ରାଣ ନାଶ ହେବ
ରଣ କି  ଜିଣିବ ଆଉ।

ଶାଶ୍ୱତ  ପ୍ରେମରେ  ସାତ୍ତ୍ୱିକ କର୍ମରେ
ନର ଜିଣେ  ଭୂ-ମଣ୍ଡଳ,
ସାଧୁ  ପରାମର୍ଶେ  ଜୀବନ  ଆକର୍ଷେ
ବଳେ ଝଳେ ଅବିରଳ।

ଉଦାରେ ଆଦରେ ମଣି ସହୋଦରେ
କର ସର୍ବେ କୋଳାଗ୍ରତ,
ବିଶ୍ୱ   ଚରାଚର   ଭାଳ  ନାହିଁ  ପର
ସେବା  କର  ଅବିରତ,
ତ୍ୟାଗ   ସମର୍ପଣ   ସାର  ସତ୍ତ୍ୱ ଗୁଣ
ବଚନ,  କର୍ମ   ଚିଟାଉ,
ଜୀବନର  ମାନ  ହୋଇଯିବ  ଶୂନ୍ୟ
ମରିବ  ଜୀବନ  ଥାଉଁ।

କୋଟି  ତପ  ବଳ  ନର   ଜନ୍ମ ଫଳ
ପ୍ରାପତ  ସଂସାର ହିତେ,
ହାର  ନାହିଁ  ମୂଲ୍ୟ  ଜୀବନ ଅମୂଲ୍ୟ
ଚଳ ଆଗେ ସତ୍ୟପଥେ।



ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪

Post a Comment

0 Comments