ଶୂନ୍ଯ ଗଣ୍ଠି ଦେଇ କି ସନ୍ଦେସ ଦିଅ
ଆହେ ପ୍ରଭୁ ମହାବାହୁ
ଶୂନ୍ଯ ଗଣ୍ଠି ତୁମ ପତିତପାବନେ
ପତିତ ଉଦ୍ଧାର ହେଉ ।
ସେ ଶୂନ୍ଯ ଗଣ୍ଠିରେ କୋରନାକୁ ବାନ୍ଧି
ସିନ୍ଧୁ ମଧ୍ଯେ ଫିଙ୍ଗି ଦିଅ
କୋରନା ଦାଉରୁ ସଭିଙ୍କୁ ଉଦ୍ଧାରି
ପ୍ରଭୁ ତୁମେ ସାହା ହୁଅ ।
ଭକତ ବିହୁନ ଦେଉଳେ ବସିଛ
ଆହେ ପ୍ରଭୁ କଳାମୁଖ
ନାଶି କରୋନାକୁ ଜଗତ ଜନକୁ
ବାଣ୍ଟି ଦିଅ ସବୁ ସୁଖ ।
କାଳର କରାଳେ କାଳ ବୈଶାଖି
ହେଲା ଆସି ଉପସ୍ଥିତ
ଅଞ୍ଚାଶ ପବନେ ଶୂନ୍ଯଗଣ୍ଠି ବନ୍ଧ
ଦେଖିଲା ଆଜି ଜଗତ ।
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ




0 Comments