ଅକ୍ଷୟ ତୃତୀୟା ପବିତ୍ର ଦିବସ
ମୁଠି ହୁଏ ଅନୁକୂଳ
ମାତା ଲକ୍ଷ୍ମୀ ଦେବୀ ଯିବେ ପିତାଘର
ଭାବୁଥାନ୍ତି ଆଦିମୂଳ...1
ଓଡ଼ିଆ ଘରର ପରମ୍ପରା ଏତ
ପିଠା ପଣା ଘରେ ଘରେ
ପ୍ରଭାତ ରୁ ଉଠି କୃଷକ ଘରଣୀ
ଲକ୍ଷ୍ମୀ ବନ୍ଦାପନା କରେ...2
ନୂତନ ବସ୍ତ୍ର କୁ ପରିଧାନ କରି
କୃଷକ ଆନନ୍ଦ ମନେ
ନୂଆ ଗଉଣି ରେ ଧାନ ଭରିକରି
କ୍ଷେତ କୁ ଯାଏ ଯତନେ....3
ପୂଜା କରି ବସେ ପବିତ୍ର ଅନ୍ତରେ
ଲକ୍ଷ୍ମୀ ଆବାହନ କରି
ମାତା କମଳା ଲୋ ସୁଦୟା ବହିଣ
ବିଲେ ଦେବୁ ଧାନ ଭରି...4
ପରିବାରେ ଖେଳେ ଆନନ୍ଦ ଉଲ୍ଲାସ
ଖାଇ ପିଠା ମିଠା କ୍ଷୀରି
ପୂଜା ପାର୍ବଣ ତ ଓଡ଼ିଆ ମନରେ
ଖୁସି ଦେଉଥାଏ ଭରି....5
ନନ୍ଦିନୀ ରାଉତ
ଅନୁଗୋଳ




0 Comments