ମୋ ଗାଁ - ଛବି ରାଣୀ ପତି



ଏହି ଧରାବକ୍ଷେ ଛୋଟ ମୋର ଗାଆଁ
ମୋ ' ଜରାଜୀର୍ଣ୍ଣ ବୁଢ଼ୀ ମା
ତା ' ଲୋକ କାହାଣୀ ଓ ଢଗ ଢମାଳି
ସତେକି ପୂବେଇ ବାଆ ।।
ଭାରି ମନେପଡେ ଚାଟଶାଳୀ ପାଠ
କିଆ ବୁଦା , ଧୋବା ତୁଠ
ଓଳି ପାଣି ଆଉ କାଗଜର ଡଙ୍ଗା
ପୁଣି ଛତୁ ଫୁଟା କାଠ ।।
ମୋ ' ଗାଁ ଆମ୍ବତୋଟl ସେହି ପୋଡପିଠା
ରଜ ମଉଜର ଦୋଳି
କୃଷକ ,ବଳଦ, ଲଙ୍ଗଳ, ଯୁଆଳି
ନଦୀପଠା ବରକୋଳି ।।
ଓଡ଼ିଆ ବୋହୂର ଗୀତା ଭାଗବତ
ଚଉରାର ସଞ୍ଜ ବତୀ
ମୋ ' ବୋଉ ରଖିଛି ଆମ ପରମ୍ପରା
ଝୋଟି , ଚିତା , ଦେବ ନୀତି ।।

     ଛବି ରାଣୀ ପତି 
ମଧ୍ୟ ଶାସନ,  ବିରିଡ଼ି , ଜଗତସିଂହପୁର 
     ଫୋନ୍ -୯୩୩୭୯୬୦୦୬୦

Post a Comment

0 Comments