ପାଖେଇ ଆସୁଛି ରଥ ଯାତରା ଯେ
ଯାଇକି ପାରିବି ପୁରୀ
ଦେଖି ରଥ ଯାତ ଧନ୍ଯ ହେବ ନେତ୍ର
ଲାଗିଲେ କାଳିଆ ଡୋରି।,,,,
ବାଟେ ଯାଉ ଯାଉ ବାଟ ମଙ୍ଗଳାଙ୍କୁ
କରିବି ଟିକେ ଦର୍ଶନ
ଦୂରୁ ଅନାଇଲେ ଦିଶୁଥିବ ମୋତେ
ବାନା ପତିତପାବନ।
ଶରଧା ବାଲିରୁ ସିଂହ ଦ୍ବାର ଯାଏଁ
ନେବୁ ମୋର ହାତ ଧରି
ତୁଣ୍ଡେ ଜପୁଥିବି ତୋନାମ କାଳିଆ
ଜଗନ୍ନାଥ ରାମ ହରି।
ପାଖେଇ ଆସୁଛି ରଥ ଯାତରା ଯେ
ଯାଇକି ପାରିବି ପୁରୀ,,,,,,
ଦେଖି ତିନି ରଥ ହେବି ଆଚମ୍ବିତ
ରହିଥିବି ସଦା ଚାହିଁ
କେତେବେଳେ ପ୍ରଭୁ ରଥାରୁଢ ହେବ
ହେମୋର ଜଗତ ସାଇଁ।
ଟାହିଆ ହଲେଇ ଆସିବୁ କାଳିଆ
ଦେଖୁଥିବି ମନଭରି
ତୋ ଚକାନୟନ କରି ଦରଶନ
ଭବସିନ୍ଧୁ ହେବି ପାରି।
ପାଖେଇ ଆସୁଛି ରଥ ଯାତରାଯେ
ଯାଇକି ପାରିବି ପୁରୀ,,,,,,
ତୋରଥ ଦଉଡି ଦେଉଥିବି ଭିଡି
ମୁଖେ ଜୟଧ୍ବନୀ କରି
ତୋରଥ ଟାଣିଲେ ମୋ ନାବ ବାହିବୁ
ଆରେ ମୋ କଳା ନାଉରି।
ପାଖେଇ ଆସୁଛି ରଥ ଯାତରା ଲୋ
ଯାଇକି ପାରିବି ପୁରୀ
ଦେଖି ରଥ ଯାତ ଧନ୍ଯ ହେବ ନେତ୍ର
ଲାଗିଲେ କାଳିଆ ଡୋରି।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ




0 Comments