ନୃସିଂହ ରୂପରେ ଆସିବକି ଥରେ - ବୈଦ୍ୟନାଥ ପଣ୍ଡା



ଗର୍ବ ଅହଂକାର         ମିଛ ଆଉ ଲୋଭ 
       ଅଟନ୍ତି ମୋ ଚାରି ଖମ୍ବ
କେଉଁ ଖମ୍ବେ ପ୍ରଭୁ      ରହିଅଛ କୁହ
     ଭାଙ୍ଗିବାକୁ ମୋର ଦମ୍ଭ
ଆସ ଆସହେ ନୃସିଂହ ଆସ
             ପାଦେ ପଡି ଡାକେ ତଵ(ଘୋଷା)
ଲୋଭରେ ମୋହରେ    ପଡ଼ିଅଛି ମୁହିଁ
          ପାପର ପୁଟୁଳି ଧରି
ଛାଡି ପାରୁନାହିଁ       ଧରିଛି ମୁଠାଇ
       ଆସ ପ୍ରଭୁ ଅବତରୀ
ନର ହୋଇ ଆଜି       ସାଜିଛି ରାକ୍ଷସ
      ନାହିଁ ତୁମ ଠାରେ ଭାବ
ଆସ ଆସହେ ନୃସିଂହ ଆସ...,....... ll
ଉଦ୍ଧାର ପାଇଁ ମୁଁ      କରପତ୍ର ଯୋଡି
      ଗୁହାରୀ କରୁଛି କେତେ
ନଶୁଣ କିମ୍ପାଇ      ଆହେ ଭାବଗ୍ରାହୀ
        ଡାକକି ଶୁଭୁନି ସତେ
ହିରଣ୍ୟକଶୀପୁ       ପରିକା ହୋଇଲେ 
      ମୋର ଡାକ କି ଶୁଣିବ
ଆସ ଆସହେ ନୃସିଂହ ଆସ................ ll 
ଖମ୍ବରୁ ବାହାରି       ନଖରେ ବିଦାରୀ 
         ଉଦ୍ଧାର କରିବ ମତେ
ନର ଜନମରୁ         ଉଦ୍ଧାର ପାଇବି
     ମୋକ୍ଷ କି ଲଭିବି ସତେ
ନର ହୋଇ ପ୍ରଭୁ        ସୁର ହାତେ ମଲେ
       କୀର୍ତ୍ତି ମୋର ରହିଥିବ 
ଆସ ଆସହେ ନୃସିଂହ ଆସ............... ll 

 *ବୈଦ୍ୟନାଥ ପଣ୍ଡା.*
 *ଅବଦଲ ପୁର. ଯାଜପୁର.*
 *ଦୂରଭାଷ=9439854199.*

Post a Comment

0 Comments