ଗୌରହରି ସାହୁ(ଶିକ୍ଷକ)
ଗଲ ହୁଡିକି...
କହିଥିଲି କାନେ ଫୋଡିକି,
କଥା ଦେଇଅଛ ଆଣିକି ଗାଡ଼ିକି,
ନେଇଯିବ ତୁମ ଭାଡିକି।୦।
ଉଡାଉଛ ତୁମେ ସଂସାର ଗୁଡ଼ିକି
କିଏ ବା ତୁମକୁ ଧରିବ ଭିଡିକି
ଭକ୍ତ ଭାବେ ବସ ଆସନ ମାଡିକି,
ଯାଅ ନାହିଁ କାହିଁ ଛାଡିକି।୧।
ଜୀବନ ସାରା ମୁଁ ମାଟିକି ତାଡିକି
ଯାହା ଅରଜିଛି ସବୁ ତ ହାଡିକି
ମଲା ପରେ ନେବେ ଭିଡି ଭାଡିକି ହେ
ରକତ ବୋହିବ ଛିଡିକି।୨।
କହି ଅଛି କେତେ କଥା ମୁଁ ହୁଡିକି
ଅକାରଣେ ତୁମ ଉପରେ ଚିଡିକି
କଥା କହି ନାହିଁ ଅନ୍ତର ଫେଡିକି,
ତଥାପି ଦେଇଛ ପଡିକି।୩।
ମୋତେ ଦେଖି ଦ୍ୱାରେ ଦେବନି ଖିଡିକି
କଥା କହିବନି ମୁହଁକୁ ମୋଡିକି
ନୟନ ଫେଡିକି ଦେଖିବି ଯୋଡିକି,
ଆସିବ ହେ ଶେଷ ଘଡିକି।୪।
""""""""'""'''"""''''''''"""""''''"""""""""""""""""""""""
ଏକଡାଳ,କାନପୁର,କଟକ
*ହୁଡି ଯିବା--ଭୂଲି ଯିବା, ରାଗିକି
ପଡି--ଖାଦ୍ୟ, ଭାଡିକି--ବୈକୁଣ୍ଠ ପୁର
ଖିଡିକି--କିଳଣୀ




0 Comments