ଆଉ କାହା ପାଶେ ଯିବି ଜଗନ୍ନାଥ
ତୁମ୍ଭେ ମୋର ହର୍ତ୍ତା କର୍ତ୍ତା
ଏ ଭବସାଗରେ ଜଞ୍ଜାଳ ଭିତରେ
ତୁମ୍ଭେ ମୋ ଭାଗ୍ୟ ବିଧାତା।
ଘୋର ସଂକଟରେ ପଡି଼ଛି ପ୍ରଭୁ ହେ
ବୁଦ୍ଧି ବାଟ ମିଳେ ନାହିଁ
ଆଶଙ୍କା ଭିତରେ କଟୁଛି ଜୀବନ
ମୁକତିର ପଥ ଚାହିଁ।
ଦେଖି ଶୁଣି ସବୁ ଲୀଳା ଖେଳା ତୁମ୍ଭ
ମନରେ ପଡ଼େ ଭାଳେଣି
ଯନ୍ତ୍ରଣା ଜୁଇରେ ଜଳୁଛି ଜୀବନ
ସବୁ ଭଲମନ୍ଦ ଜାଣି।
ମୋର ଭଲମନ୍ଦ ସମର୍ପି ଦେଲି ମୁଁ
ତୁମ୍ଭେ ଏକା ମୋର ସାହା
ଜଗଚ ଉଦ୍ଧାର କର କୃପାସିନ୍ଧୁ
କୃପାକର ଚଉବାହା।
ଅଜୟ କୁମାର ମହାନ୍ତି
ହରିପୁର, କବୀର ପୁର, ଯାଜପୁର




0 Comments