ରାତିର ପ୍ରେମ - ତପନ କୁମାର ସାହୁ

 



ଏବେ ରାତି ନଅଟା

ଥକାନ ମେଣ୍ଟୁଛି
ଚାରିକାନ୍ଥ ଭିତରେ ସମୟ
ନିଘୋଡ଼ ନିଦରେ ସ୍ୱପ୍ନ   ll

ସମୟ ଅପ୍ରସ୍ତୁତ ',ଇତସ୍ତତ
ପ୍ରାକ ପ୍ରସ୍ତୁତି ଚାଲିଛି
ଅପାରଗ ଆକାଶେ
ପ୍ରେମ, ରଙ୍ଗ ବୋଲିବାକୁ ll

ମାଟିର ଚାଦର
ପଲସ୍ତର ହେବ
ଛାତିରେ, ଓଠରେ ଆଖିରେ
ତାରଳୁଥିବା ବରଫବି
ଖିଲି ଖିଲି ହସୁଥିବ ll

ସମୟ !
ପ୍ରେମ !
ବ୍ୟାକୁଳତା
ଅକ୍ଷୁର୍ଣ୍ଣ ରହିବ ଏବେ
ବାସ ! ଆମେ ରହିଲେ ହେଲା ll

ତପନ କୁମାର ସାହୁ

କଳାହାଣ୍ଡି

ମୋ-7328001575

Post a Comment

0 Comments